STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ରୁଦ୍ଧ ଦ୍ୱାର

ରୁଦ୍ଧ ଦ୍ୱାର

1 min
195

ରୁଦ୍ଧଦ୍ୱାର କି ସୃଷ୍ଟି

କରେ ମନରେ 

ଅସରନ୍ତି ପୁଲକର  ଭାବନା

ମରି ମରି ବଞ୍ଚିବାକୁ ହୁଏ

ଲାଗେ ଯେପରି ମୂମୁର୍ଷ

ଅବସ୍ଥାରେ ସହୁଅଛି

ଅମୀମାଂସିତ ଦୁଃଖ

 ଆଉ ଯନ୍ତ୍ରଣା

ସହିବାର ଶକ୍ତି କମି

କମି ଯାଏ ଯେପରି

ପ୍ରଦୀପ ଶିଖାରୁ ସରିଆସେ ସଳିତା

ସୃଷ୍ଟି ହୁଏ କ୍ରୋଧର ପ୍ରାଚେରୀ

ତନୁ ମନ ଛଟପଟି ଯାଏ

ଲାଗଇ ଭୋଗୁଛି କି ନର୍କ ଯାତନା

ଉଦ୍ରେକ ହୋଇଉଠେ

ଶରୀରରେ ଉତ୍ତେଜନା

ଇଚ୍ଛା ହୁଏ ଚୁର୍ ମାର୍

କରି ଭାଙ୍ଗି ଦେବ ସବୁ

ସୃଷ୍ଟିର ପରିକଳ୍ପନା

ନିଜ ପ୍ରତି ନିଜକୁ ଲାଗଇ ଘୃଣା

ସତରେ ଏକି ଜୀବନରେଖା

ଲେଖା ହୋଇ ଆସି

ଅଛି କପାଳେ ସହିବାକୁ

ହେବ ଅଶେଷ ଯାତନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational