STORYMIRROR

Kalandi pal

Inspirational

3  

Kalandi pal

Inspirational

ହେ କଳାଠାକୁର

ହେ କଳାଠାକୁର

1 min
241


 ହେ କଳାଠାକୁର ହେ କଳାଠାକୁର

ଡେଣାଟି ଖଞ୍ଜି ଦେ ବାହୁରେ ମୋର

ଉଡି ଉଡି ଯିବି ତୋ ଶ୍ରୀ ମନ୍ଦିରକୁ

ମନ୍ଦିରେ ଦେଖିବି ଶ୍ରୀ ମୁଖ ତୋର ।


ଯେତେ କଟକଣା ହେଉ ଏ ସଂସାରେ

କଟକଣା ଭାବି ଯିବି ତୋ ଦୁଆରେ

ଦେଖୁଥିବି ସେଠି କଳାବଦନକୁ

ମନା କରିବେନି କେହି ଏଥର ।


ବୁଲିବି ବେଢାରେ ଆନନ୍ଦ ବଜାରେ

ଖୁଣ୍ଟିବି ନିର୍ମାଲ୍ୟ ଆଣିବି ସାଥିରେ

ଘରେ ରହୁଥିବି ତୋତେ ଧ୍ୟାୟୁ ଥିବି

ନିତି ପାଉଥିବି ନିର୍ମାଲ୍ୟ ତୋର ।


ଆଣିବି ତୋ ଠାରୁ ମୁଁ ଛଡା ତୁଳସୀ

ଘରେ ନିତି ତାକୁ  ପୂଜିବି  ବସି

ସେ ତୁଳସୀ ହାରେ ଦେଖିବି ତୋ ରୂପ

ଦେଖି ଧନ୍ୟ ହେବ ଜୀବନ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational