Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

4  

Antaryami Sahu

Inspirational

ରୁକ୍ମୁଣୀଙ୍କ ପତ୍ର

ରୁକ୍ମୁଣୀଙ୍କ ପତ୍ର

1 min
147


ଶ୍ୟାମ ନାଗର ହେ, ଦାସୀଠାରେ କୃପା କର ।

ତୁମେ ମୋ ଠାକୁର ମୁଁ ତୁମ ସେବିକା(୨)

ଏ ପ୍ରାଣ ତୁମ୍ଭ ଆଧାର . .

ଜୀବନ ଯୌବନ ତୁମ ପାଦ ତଳେ(୨)

ସମର୍ପି ଦେଇଛି ମୋର ।

ଶ୍ୟାମ ନାଗରହେ, ଦାସୀଠାରେ କୃପା କର । ୧।

ଭାଇ ମୋର ସାଥେ ଭଗାରୀ ସାଜିଛି

ବିଧି ଅଟେ ବାମ ମୋର,(୨)

ଶିଶୁପାଳ ସାଥେ କରିବାକୁ ବିଭା

ଯୋଜନା ଅଟେ ତାଙ୍କର ।

ଶ୍ୟାମ ନାଗର ହେ, ଦାସୀ ଠାରେ କୃପା କର । ୨।

ମୁହିଁ ତୁମ୍ଭ ଦାସୀ ତୁମେ ମୋର ପ୍ରଭୁ

ମୁହିଁ ସେବିକା କିଙ୍କର,(୨)

ତୁମେ ଥାଉ ଥାଉ ଆଉ କାହାଠାରେ

ମନ ବଳେ ନାହିଁ ମୋର ।

ଶ୍ୟାମ ନାଗର ହେ, ଦାସୀଠାରେ କୃପା କର ।୩ ।

ଶୟନରେ ତୁମେ ସ୍ୱପନରେ ତୁମେ

ତୁମ ନାମ ମାଲା ମୋର,(୨)

ଦିବାରାତି ଯାଏ ତୁମଗୁଣ ଗାଇ

ଆହେ ପ୍ରଭୁ ଚକ୍ରଧର ।

ଶ୍ୟାମ ନାଗର ହେ, ଦାସୀଠାରେ କୃପା କର । ୪।

ଦୟାର ଠାକୁର ଅଟପରା ତୁମେ

ଭକତ ହୃଦୟହାର,(୨)

ସେଥିପାଇଁ ପ୍ରଭୁ ଭଲ ମୁଁ ପାଇଛି

ଆହେ ପ୍ରଭୁ ଦାମୋଦର ।

ଶ୍ୟାମ ନାଗର ହେ, ଦାସୀଠାରେ କୃପା କର ।୫ ।

କରିଅଛି ପ୍ରଭୂ ତୁମ୍ଭଙ୍କୁ ଭରଷା

ଆସିବ କୁଟିରେ ମୋର,(୨)

ନେଇଯିବ ମୋତେ ତୁମ ସଙ୍ଗତରେ

ହେପ୍ରଭୁ ରସଶେଖର ।

ଶ୍ୟାମ ନାଗର ହେ, ଦାସୀଠାରେ କୃପା କର । ୬।

ପାଇଣ ପତର ଆସିବ ଝଟତି

ଏତିକି ଗୁହାରୀ ମୋର,

କରିଅଛି ଆଶା ଶ୍ରୀ ପଦ୍ମପାଦକୁ

ତୁମେ ମୋ ହୃଦଠାକୁର ।

ଶ୍ୟାମ ନାଗର ହେ, ଦାସୀ ଠାରେ କୃପା କର । ୭।

ଜଳ ବିନା ଯେହ୍ନେ ମୀନର ଅବସ୍ଥା

ତେସନେ ଅବସ୍ଥା ମୋର,

ନିରାଶ କରିବ ଯେବେ ପ୍ରାଣନାଥ

ନିଶ୍ଚେ ତେଜିବି ଶରୀର ।

ଶ୍ୟାମ ନାଗର ହେ, ଦାସୀଠାରେ କୃପା କର ।୮ ।


Rate this content
Log in

Similar oriya poem from Inspirational