STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ଗାନ୍ଧୀବାଦ ଆଜି କବର ନେଇଛି

ଗାନ୍ଧୀବାଦ ଆଜି କବର ନେଇଛି

1 min
183


ଗାନ୍ଧୀବାଦ ଆଜି 

କବର ନେଇଛି

ସୁନାର ଭାରତ ବର୍ଷେ

ରାମ ରାଜ୍ୟ ସ୍ୱପ୍ନ

ଉଜୁଡି ଯାଇଛି

ପାପ ଦୁର୍ନୀତିର ଫାଶେ (0)


କଳୁଷ କବନ୍ଧ

କରୁଅଛି ଅନ୍ଧ

ବାଡ଼ ଖାଉ ଅଛି କ୍ଷେତ

ତିନି ମାଙ୍କଡ଼ଙ୍କ

ଅପ୍ରିୟ ବଚନ

ହୋଇ ନାହିଁ ଆଜି ସତ

ରକ୍ଷକ ହୋଇ

ଭକ୍ଷକ ସାଜିଛି

ମୁଖା ପିନ୍ଧି ଛଦ୍ମବେଶେ(୧)


କୁଟି ଖାଅ ନୀତି

କାଟି ପିନ୍ଧ ରୀତି

ବନ୍ଦୀଶାଳେ ଜର୍ଜରିତ

ନାରୀ ବେଇଜ୍ଜତ

ପୁରୁଷ କରୁଛି

ରାଜ ରାସ୍ତା କଳୁଷିତ

ସ୍ପଷ୍ଟ ଦିବାଲୋକେ

ଅବଳା ଦୂର୍ବଳା

ଜୀବନର ଅଙ୍କ କଷେ (୨)


ନବ ବଧୁ ସଦା

ଲୋତକ ଝରାଏ

ଯୌତୁକର ତାଡନାରେ

କାହିଁ କେତେବେଳେ

କରମ ଅବଳେ

ନିର୍ଭୟା ଇତିଶ୍ରୀ ମରେ ।

ଦେଖି ଯାଅ ବାପୁ

ସତ୍ୟ ଧର୍ମ ନ୍ୟାୟ

ମରୁ ଅଛି ଅବସୋସେ (୩)


ଶୋଷଣ ତୋଷଣ

ମିଛର କଷଣ

ଭରିଅଛି ଏହି ଦେଶେ

ଦିବସ ସପନ

ମିଳାଇଣ ଯାଏ

ବଡ ବଡ଼ିଆ ନିଶ୍ଵାସେ

ବିଷ ନିଶା ମୂଲ୍ୟ

କହିବା ବାହୁଲ୍ୟ

ମଦ ବୋତଲରେ ଭାସେ।(୪)


ଅହିଂସା ନାମରେ

ହିଂସାର ତାଣ୍ଡବ

ପ୍ରତିକ୍ଷଣ ଚାଲେ ଦେଶେ

ମଣିଷ ପଣିଆ

ରାହାଜାନୀ ହୁଏ

ସଇତାନ କ୍ରୂର ହସେ

ରାବଣ ରାଇଜେ

ଅଧର୍ମ ରାଜୁତି

ନର ରକ୍ତ ଯେବେ ଶୋଷେ(୫)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational