STORYMIRROR

Himalini Hota

Inspirational

4  

Himalini Hota

Inspirational

ହଜି ଯାଇଥିବା ସେହି ପିଲା ଦିନ

ହଜି ଯାଇଥିବା ସେହି ପିଲା ଦିନ

1 min
366

ବେଳେ ବେଳେ ଇଚ୍ଛା ହୁଏ ଫେରିଯିବା କୁ

ସ୍ମୃତି ବିସ୍ମୃତି ର ସେହି ପିଲା ଦିନକୁ ,

ହଜିଲା ଦିନର ସ୍ମୃତି ସବୁ ସାଉଁଟି ବାକୁ ।

ପ୍ରଜାପତି, କଙ୍କି ପାଇଁ ବଗିଚା ସାରା ଘୁରି ଘୁରି ବୁଲିବାକୁ 

କାଦ ନସର ପସର ହୋଇ ଖେଳ ସାରି

ଭାଇ ସହ ଘରକୁ ଫେରି

ବୋଉ ଠାରୁ ଚିମୁଟା ଖୁନ୍ଦା ଖାଇବାକୁ।

ସ୍କୁଲ ନ ଯିବା ପାଇଁ କହି କାନ୍ଦି କାନ୍ଦି ଗଡ଼ିବାକୁ।

ବୋଉ କାଖରେ ବସି ମିଛି ମିଛିକା ଜହ୍ନ ରାଇଜ କୁ ଯାଇ

ଜହ୍ନ କୁ ମାମୁଁ ଭାବି ଦେଖି ଗୁଣ୍ଡା ଗୁଣ୍ଡା ଭାତ ଖାଇବାକୁ।

ଗୋଧୂଳି ବେଳା ରେ ଦାଣ୍ଡ ରେ ଧୂଳି ଉଡେଇ

ଦିଦି ସହ କିତି କିତି, ଚକା ଚକା ଭଉଁରୀ

ଖେଳି ନ ପାରି ମୁଣ୍ଡ ବୁଲାଇ ପଡି ମାଡ଼ ଖାଇବାକୁ।

ସତରେ କଣ ଆମର ସବୁ ଇଚ୍ଛା ପୂରଣ ହୋଇ ପାରେ?

ପୁଣି ଥରେ କଣ ଆମେ..

ଫେରି ଯାଇ ପାରୁ ସେହି ପିଲା ଦିନକୁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational