ପ୍ରିୟା ମୋର
ପ୍ରିୟା ମୋର
ପ୍ରିୟା ମୋର...
ଅଜଣା ଥିଲୁ ତୁ ଅଚିହ୍ନା ଥିଲୁ ,
ମୋ ଅନାମିକା ନାୟିକା ।
ସପନେ ମୋର ତୁ ଝଡ଼ ଭଳି ଆସି
ମୋ ମନ ପ୍ରଜାପତି କୁ
ସାତ ରଙ୍ଗ ରେ ରଙ୍ଗେଇ ଦେଇ,
ସାଜିଗଲୁ ମୋ ଚୁଲବୁଲି ପ୍ରେମିକା ।
ତୁ ଯେବେ ମୋ ପାଖକୁ ଆସିଥିଲୁ,
ହାଲକା ପବନ ବୋହୁଥିଲା,
ପ୍ରୀତି ବର୍ଷା ର ଛିଟା ବି ପଡୁଥିଲା।
ଆଉ ଦୁହେଁ ମିଶି ଭିଜୁ ବି ଥିଲେ,
କିନ୍ତୁ କି ଦୋଷ କରିଥିଲି ପ୍ରିୟା ତୋର ,
ରାତି ଯେବେ ପାହିଗଲା
ତୁ ବି ହଜିଗଲୁ
ପାହାନ୍ତି ତାରା ସହ,
ମୋ ପ୍ରେମ ରେ ତୋ ମନ ଭରି ଗଲା ବୋଧେ,
ମୋ ହୃଦୟ କୁ ଭାଙ୍ଗିଦେଇ
ଛାଡି ଚାଲି ଗଲୁ ଏକା ।
କେବେ ବି ଭାବିଲୁ ନାହିଁ,
କେମିତି ବଞ୍ଚିବି ମୁହିଁ
ତୋ ବିନା ମୁଁ ଏକା ଏକା ।
ତୁ ଗଲା ପରେ କେମିତି ମୁଁ ଜିଇଁଛି
ଥରେ ଜହ୍ନ କୁ ତ ପଚାରେ ,
ସେହି ଏକା, ମୁକ ସାକ୍ଷୀ ଆମ ପ୍ରେମର
ବତେଇ ଦେବ ସେ କେମିତି ମୁଁ ପିନ୍ଧିଛି,
ତୋ ବିନା ଏ ବିରହ ର ଟୀକା।