STORYMIRROR

Himalini Hota

Comedy Others

3  

Himalini Hota

Comedy Others

ମୁଁ ଆଉ ସେ

ମୁଁ ଆଉ ସେ

1 min
183

ଯେବେ ଠାରୁ ମୁହିଁ ପଡିଲି ପ୍ରେମ ରେ ତୋର 

ନିଦ ବି ଉଡିଲା ଭୋକ ବି ମରିଲl

ଭାଳି ଭାଳି କଥା ତୋର।

ଘର ଜଞ୍ଜାଳ ରୁ ଫୁରୁସତ ପାଇ 

ଯେବେ ମୁଁ ତୋ ସହ ବସିଲି 

ମନ ଆଉ ଆଖି ଦୁହିଁଙ୍କୁ କରିଲୁ ତୁ ବଶ

ଦଣ୍ଡେ ତତେ ଛାଡି ନ ପାରିଲି।

ଶୟନେ ସପନେ ଜାଗରଣେ

ଖାଲି ତୁ ହିଁ ତୁ ଦିଶିଲୁ

ସକାଳୁ ଉଠି ଚା କପରେ ବି ହାତରେ ତୁ ରହିଲୁ ।

ଭାବି ଭାବି ତୋ ବିଷୟରେ 

ହେଲି ଏତେ ଆନମନା ,

ଚାରିଆଡେ ଦେଖାଗଲା କେବଳ ତୋରି ନା ।

ତୋ ପ୍ରେମ ରେ ପାଗଳୀ ସାଜି,

କେବେ ଚା ପତି ଜାଗାରେ ଦେଲି ଲଙ୍କା ଗୁଣ୍ଡ 

ପୁଣି କେବେ ହାତ ପୋଡ଼ି ଭୋଗିଲି ମୁଁ ଦଣ୍ଡ।

ଘର ଲୋକ ଠୁଁ ତିରସ୍କାର ଶୁଣି ଶୁଣି 

ହେଲା ମୋ କାନ ବଧିରା ।

ଲାଗୁଛି ଆଜି ମତେ, ତୋ ବିନା 

ଏ ଜୀବନ ପୁରା ଅଧୁରା ।

ତଥାପି ତୋହର ଭାବ ର ମୋହ ରେ 

ଏମିତି ମୁଁ ବାନ୍ଧି ହୋଇଲି।

ଏତେ ତିରସ୍କାର ପାଇକି ବି, ତତେ

ନିଜ ଠୁଁ ଅଲଗା କରି ନ ପାରିଲି ।

ଭାଇ ଭଉଣୀ ମାନେ କହି କେ ପାରିବ

ମୋର ଏ ପ୍ରେମିକ ର ନାମ ,

ଯିଏ ବି କହିବ ପାଇବ ଚକଲେଟ 

ଆଉ ତା ସହ ଗିଫ୍ଟ ବି ଜlଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy