STORYMIRROR

Himalini Hota

Children

3  

Himalini Hota

Children

ହଜିଯାଇଥିବା ପିଲା ଦିନ

ହଜିଯାଇଥିବା ପିଲା ଦିନ

1 min
133

ବେଳେ ବେଳେ ଭାରି ଇଚ୍ଛା ହୁଏ ଫେରିଯିବା କୁ

ସ୍ମୃତି ବିସ୍ମୃତି ର ସେହି ପିଲା ଦିନକୁ

ହଜିଲା ଦିନର ସ୍ମୃତି ସବୁ ସାଉଁଟି ବାକୁ ।


ପ୍ରଜାପତି, କଙ୍କି ପାଇଁ ବଗିଚା ସାରା ଘୁରି ଘୁରି ବୁଲିବାକୁ

ଆଉ ପ୍ରଜାପତିକୁ ନ ପାଇ

ଏଣ୍ଡାକୁ ମାରି ତା ମୁଣ୍ଡକୁ ପୋତି କଉଡ଼ି କରିବାକୁ

ଆଉ କାଦ ନସର ପସର ହୋଇ ଖେଳ ସାରି l


ଭାଇ ସହ ଘରକୁ ଫେରି

ବୋଉ ଠାରୁ ଚିମୁଟା ଖୁନ୍ଦା ଖାଇବାକୁ

ସକାଳୁ ସକାଳୁ ସ୍କୁଲ ନ ଯିବା ପାଇଁ କହି

କାନ୍ଦି କାନ୍ଦି ଗଡ଼ିବାକୁ।


ବୋଉ କାଖରେ ବସି ମିଛି ମିଛିକା

ଜହ୍ନ ରାଇଜ କୁ ଯାଇ

ଜହ୍ନ କୁ ମାମୁଁ ଭାବି ଦେଖି

ଗୁଣ୍ଡା ଗୁଣ୍ଡା ଭାତ ଖାଇବାକୁ।


ଗୋଧୂଳି ବେଳା ରେ ଗାଁ ଦାଣ୍ଡ ରେ ଧୂଳି ଉଡେଇ

ଦିଦି ସହ ତାଳ ଦେଇ କିତି କିତି

ଆଉ ଚକା ଚକା ଭଉଁରୀ ଖେଳି ନ ପାରି 

ମୁଣ୍ଡ ବୁଲାଇ ତଳେ ପଡି ମାଡ଼ ଖାଇବାକୁ।


ସନ୍ଧ୍ୟା ଘଣ୍ଟ ବେଳେ ସାଙ୍ଗ ସାଥି ମେଳେ

ଘଣ୍ଟ ବାଡେଇବା ଠାରୁ ଆରମ୍ଭ କରି

ରାଧା କୃଷ୍ଣଙ୍କର ଯୁଗଳ ମୁରତି ଆଗେ

ପ୍ରଣିପାତ ବlଢି ଭୋଗ ଖିଆ ଯାଏଁ l


ହେଉଥିବା ପ୍ରତିଯୋଗିତାରେ ଭାଗ

ନେଇ ନ ପାରି ପଛରେ ରହିଯାଇ

ମିଛି ମିଛିକା ରାଗ ଦେଖେଇ

କଟି ମିଟି ପକେଇ

ମିଛ ଅଭିମାନ ଓ ଅଭିଯୋଗ ନେଇ

ବାପାଙ୍କ ହାତରୁ କାନ ମୋଡ଼l ଚାପୁଡ଼ା ଖାଇବାକୁ ।


ଭାରି ତ ଇଛା ହୁଏ ଏସବୁ କରିବାକୁ,

କିନ୍ତୁ ସତରେ କଣ ଆମର ସବୁ ଇଚ୍ଛା

ପୂରଣ ହୋଇ ପାରେ?

ପୁଣି ଥରେ କଣ ଆମେ ଫେରି ଯାଇପାରୁ

ସେହି ହଜି ଯାଇଥିବା ସେହି ପିଲା ଦିନକୁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children