STORYMIRROR

Himalini Hota

Classics

2  

Himalini Hota

Classics

ଜଣାଣ

ଜଣାଣ

1 min
56

ପତିତ ପାବନ ବାନା

ଉଡେ ଫର ଫର,

 ବଡ଼ ଦେଉଳ ରେବିଜେ

 କାଳିଆ ଠାକୁର ।

 

 ଦୁଇ ଭାଇ ମଧ୍ୟେ ବିଜେ କlମ୍ପଲ୍ୟ ବାସିନୀ

  କlମ୍ପଲ୍ୟ ବାସିନୀ ରୂପ ଭୁବନ ମୋହିନୀ

  ତାଙ୍କ ଠାଣି ତାଙ୍କ ମlଣୀ

 ତାଙ୍କ ତ୍ରିଭୁବନ ଜିଣା ବାଙ୍କ ଚାହାଣୀ

 ମନ ନେଉଛି କିଣି ।

  ଟାହିଆ ହଲେଇ ରଥ କୁ ଆସନ୍ତି

 ଭକତ ଙ୍କ ମନ ନିଅନ୍ତି କିଣି ।                  

 ସେ ତ ବଡ଼ ରସିକିଆ ବଡ଼ ଠାକୁର

  ଭାବ ଡୋରି ବନ୍ଧା ନଟ ନାଗର ।

   ବାରମାସେ ତେର ଜାତରl କରନ୍ତି

   ଶିରିକ୍ଷେତ୍ର ଦିଶେ କେଡେ ସୁନ୍ଦର ।

  ଶ୍ରୀ ମହାପ୍ରସାଦ ଅନ୍ନ ଖାଇ                              

   ଟଙ୍କ ତୋରାଣି ମୁନ୍ଦେ ପିଇ

 ଶ୍ରୀ ଜଗନ୍ନାଥ ଙ୍କୁ ହୃଦେ ଧ୍ୟାୟୀ

ତ୍ରାହି କର ନୀଳଗିରି ଗୋସାଇଁ

  ତାର ଗହଳି ଆନନ୍ଦ ବଜାର

  ଅନ୍ନ ଡାଲି,କ୍ଷୀରି ,ପୂରି,ବେପାର

ଖାଇ ସାରି ମୁଣ୍ଡେ ପୋଛିଲି ହାତ

ବାଇଶି ପାହାଚେ ଗାଇଲି ଗୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics