Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Himalini Hota

Fantasy

2  

Himalini Hota

Fantasy

କିନ୍ତୁ ଏହା କଣ କେବେ ସମ୍ଭବ

କିନ୍ତୁ ଏହା କଣ କେବେ ସମ୍ଭବ

1 min
12


ବେଳେ ବେଳେ ମନ ଭିତରେ ନାନା ଉଦ୍ଭଟ ଚିନ୍ତା ଆସେ

କାସ ଗୋଟେ ଟାଇମ ମେସିନ ଥାନ୍ତା କି ମୋ ପାଖରେ ,

ସେଥିରେ ବସି ପୁଣି ଥରେ ଫେରି ଯାଆନ୍ତି ପଛରେ ଛାଡି ଆସିଥିବା ସେହି ପିଲା ଦିନକୁ

ଆଉ ଏ କର୍ମ ମୟ ଜଞ୍ଜାଳ ରୁ

ମୁକ୍ତି ପାଇ କିଛି ଦିନ ବଞ୍ଚିବା ବି ଶିଖି ଯାଆନ୍ତି ।


କିନ୍ତୁ ଏହା କଣ କେବେ ସମ୍ଭବ ?


ବେଳେ ବେଳେ ପୁଣି ଇଚ୍ଛା ହୁଏ କାସ ଈଶ୍ୱର ଥାନ୍ତେ କି ସତରେ ?ଜୟଦେବ ଗୀତ ଗୋବିନ୍ଦ ଲେଖିଲା ବେଳକୁ ଯେମିତି ଅସଜଡ଼ା ପଂକ୍ତି ସବୁ ସଜାଡି ଦେଉଥିଲେ, ମୋର ବି ଜୀବନ ର ଅସଜଡ଼ା ପଂକ୍ତି ସବୁ କୁ ସଜାଡି ଦେଉଥାନ୍ତେ ।


କିନ୍ତୁ ଏହା କଣ ସମ୍ଭବ ?


ବେଳେ ବେଳେ ପୁଣି ଇଛା ହୁଏ କାସ ପ୍ରଜାପତି ଭଳି ଡେଣା ଦୁଇଟି ଥାନ୍ତା କି ମୋର ,ଉଡିଯାଆନ୍ତି .. କିନ୍ତୁ ପ୍ରଜାପତି ଡେଣା ରେ ନୁହଁ ଏରୋପ୍ଲେନ ର ଡେଣା ଲଗେଇ, ଆଉ ବୁଲି ଆସନ୍ତି ଦେଶ ବିଦେଶ ।ଆଉ ବର୍ଣ୍ଣନା କରି ଲେଖି ବସନ୍ତି ଅନୁଭୂତି ସବୁ।


କିନ୍ତୁ ଏହା କଣ କେବେ ସମ୍ଭବ ??


ବେଳେ ବେଳେ ପୁଣି ଭାବେ ମୁଁ ଏମିତି କିଏ କି ?

ମୋର ଏହି ଉଦ୍ଭଟ କଳ୍ପନା କୁ ସାକାର କରିବା ପାଇଁ ଈଶ୍ୱର ଏହି ସଂସାର ମଧ୍ୟରେ ଥିଲେ ବି, ମତେ ସାହାଯ୍ୟ କରିବାକୁ ଦୌଡ଼ି ଆସିବେ ।ଆଉ ମୋ ଅସଜଡ଼ା ଜୀବନ କୁ ସଜାଡି ଦେବେ ।


ଶୁଣିଥିଲି.... କାଳେ କବି ଓ ଲେଖକ ମାନେ ଗୋଟେ ଗୋଟେ ପାଗଳ ।ଠିକ ସେହିପରି ଗୋଟେ ଉଦ୍ଭଟ ମନ ର କିଛି ଅଦ୍ଭୁତ ଚିନ୍ତାଧାରା !ଏହାକୁ ତ କବିତା କୁହାଯିବ ନାହିଁ ।ଆଶା କରେ ହସିବେ ନାହିଁ କେହି।



Rate this content
Log in

Similar oriya poem from Fantasy