STORYMIRROR

ଲୋଚନ ମେହେର

Abstract Fantasy

4  

ଲୋଚନ ମେହେର

Abstract Fantasy

ଆଧୁନିକତାର ସ୍ପର୍ଶ

ଆଧୁନିକତାର ସ୍ପର୍ଶ

1 min
300

ଆଧୁନିକତାର ପହିଲି ସ୍ପର୍ଶରେ

  ବଦଳି ଯାଇଛି ସଭ୍ୟତା,

ପୁରାତନ ସବୁ ଉଭେଇ ଯାଇଛି 

   ଆସିଅଛି ନୂତନତା ।


ପ୍ରତ୍ୟେକ କ୍ଷେତ୍ରରେ ଆଧୁନିକ ଆଜି

   ଆଣିଛି ପରିବର୍ତ୍ତନ,

ସବୁ ଅସମ୍ଭବ କୁ ସମ୍ଭବ କରିଛି

   କେବଳ ଆମରି ବିଜ୍ଞାନ ।


ଆଧୁନିକ ଫଲରେ ଦୂରେଇ ଯାଇଛି

  ଗାଁ ରୁ ନଡ଼ା ଛପର ଘର,

ତିଆରି ହେଉଛି ଅଟ୍ଟାଳିକା ସବୁ

  ମିଶି ଗୋଡ଼ି ବାଲି ପଥର ।


ନାହିଁ ଆଜି ଆଉ ମିଞ୍ଜିମିଞ୍ଜି ଆଲୋକ

   ନାହିଁ ଡିବିରୀ ଓ ଲଣ୍ଠନ,

ଆଲୁଅ ପାଇଁକି ଏଲ୍.ଇ.ଡି ବଲ୍ କୁ 

   ପ୍ରଦାନ କରିଛି ବିଜ୍ଞାନ ।


ଜର, ଝାଡ଼ା ବାନ୍ତି ସାଙ୍ଘାତିକ ହେଲେ

    ଯାଉନୁ ବଇଦ ପାଖ,

ଟିକେ ଅସୁବିଧା ହେଇଗଲେ ଦେହ

   କହୁଛୁ ଡାକ୍ତର ଡାକ ।


କହୁ ନାହିଁ ଆଜି ଆଈମା କାହାଣୀ

   ବୁଢ଼ୀ ଅସୁରୁଣୀ ଗପ,

ପିଲାଙ୍କ ପାଇଁ ତ ମୋବାଇଲ ଫୋନ୍ 

   ସାଜିଅଛି ଅଭିଶାପ ।


ନାହିଁ ଆଜି ଆଉ ପିଲାଙ୍କ ମନରେ

   ସେ କୁମ୍ଭୀର ଓ ମାଙ୍କଡ,

ନାହିଁ ଆଜି ଆଉ ବଳଦ ଗାଡ଼ି

  ନାହିଁ ମାଗୁଣିର ଶଗଡ଼ ।


ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ଯ କରୁଅଛି

   ଆଧୁନିକ ଯନ୍ତ୍ରପାତି,

ବିଜ୍ଞାନ ବଳରେ ମାନବ ପୁଣି 

   ଅର୍ଜନ କରୁଛି ଖ୍ୟାତି ।


ଆଧୁନିକ ଯୁଗରେ ଅବତୀର୍ଣ୍ଣ ଆମେ

   ଚଢ଼ି ସଫଳତା ସିଡ଼ି,

ପୁରାତନତାରେ ଦିନ ବିତାଇଥିବା

    ଆମେ ହିଁ ଶେଷ ପିଢ଼ି ।



Rate this content
Log in

Similar oriya poem from Abstract