ପ୍ରେମ ଜୀବନର ଆଧାର
ପ୍ରେମ ଜୀବନର ଆଧାର
ପ୍ରେମ କେବଳ ଅଢେ଼ଇ ଅକ୍ଷର ଶବ୍ଦ ଟିଏ ନୁହେଁ
ଜୀବନ କୁ ଉଲ୍ଲସିତ କରି ଗଢ଼ି ତୋଳିବା ସହ
ହୃଦୟ କୁ ହୃଦୟ ସହିତ ଯିଏ ବାନ୍ଧି ରଖେ
ସିଏ ହେଉଛି ପ୍ରେମ ।
କେବଳ ଭଲ ପାଇବାରେ ତା'କୁ ବାରି ହୁଏ ନାହିଁ ,
ମରୁଭୂମିରେ ବାଲୁକା ଶଯ୍ୟାରେ ପୁଷ୍ପ ଖେଳେଇବା ସହ
ଶରତ ର ପତ୍ର ଝଡା ବେଳେ ଯିଏ ମହକ ଭରିଦିଏ
ସିଏ ହେଉଛି ପ୍ରେମ ।
କେବଳ ଜୀବନରେ ମଧୁରତା ଭରେ ନାହିଁ
ଦୁଃଖ ଦୁର୍ଦ୍ଦଶା ସମୟରେ ଜୀଇଁବା ଶିଖେଇବା ସହ
ଜୀବନର ଗତିପଥ କୁ ଯିଏ ସୁଗମିତ କରିଥାଏ
ସିଏ ହେଉଛି ପ୍ରେମ ।
କେବଳ ହୃଦୟରୁ ଘୃଣା ଦୂରେଇ ଦିଏ ତାହା ନୁହେଁ,
ପାଷାଣ ଭଳି ହୃଦୟ କୁ ତରଳାଇବା ସହ
ମୋହଭଙ୍ଗ ବେଳେ ଯିଏ ଆଶା ଦେଖାଏ
ସିଏ ହେଉଛି ପ୍ରେମ ।
କେବଳ ଭ୍ରମଣ ର ରାସ୍ତା ଦେଖାଏ ନାହିଁ
ଭ୍ରମଣ କାଳକୁ ନେଇ ଇତିହାସ ସୃଷ୍ଟି କରିବା ସହ
ଭ୍ରମଣ କାହାଣୀ ରେ ଯିଏ ରଙ୍ଗ ଭରିଦିଏ
ସିଏ ହେଉଛି ପ୍ରେମ ।
କେବଳ ଶାରିରୀକ ଶବ୍ଦ ରେ ବନ୍ଧା ବା ଛନ୍ଦା ନୁହେଁ
ମାନସିକ ଶାନ୍ତି ଓ ତୃପ୍ତି ର ବାର୍ତ୍ତାବହ କରିବା ସହ
ଜୀବନର ମୂଲ୍ୟବୋଧ କୁ ଯିଏ ପରିପ୍ରକାଶ କରେ
ସିଏ ହେଉଛି ପ୍ରେମ ।
ପ୍ରେମ ହେଉଛି ଶାଶ୍ୱତ ଓ ଚିରନ୍ତନ ,
ତା ' ବିନା ମୂଲ୍ୟ ହୀନ ଏହି ଜୀବନ ,
କାରଣ ଜୀବନ ର ମୂଳ ଆଧାର ହେଉଛି ପ୍ରେମ ,
ସିଏ ହେଉଛି ପ୍ରେମ ।
