STORYMIRROR

Prahallad Sahoo

Romance Classics Fantasy

4  

Prahallad Sahoo

Romance Classics Fantasy

ମଳୟ ପରଶେ ଫଗୁଣ ରସେ

ମଳୟ ପରଶେ ଫଗୁଣ ରସେ

1 min
305


ଫଗୁର ପସରା ଫୁଲ ଫଗୁଣରେ ଧରି  

ମଳୟ ବହୁଛି ଥିରିଥିରି ।

ପ୍ରେମ ପ୍ରଣୟରେ ବସନ୍ତର ଛିଟା ଭରି

ପ୍ରୀତି ବାଣ୍ଟୁଛି ପ୍ରକୃତିରାଣୀ ।


ରଙ୍ଗ ଅବିର ଲଗେଇ ଆସିଛି ଫଗୁଣ 

ବସନ୍ତ ପ୍ରେମରେ ମନ ଦହି ।

ପ୍ରେମ ଗୀତି ଗାଇ ମତୁଆଲା କରିଦେବ 

ପ୍ରୀତି କୁଞ୍ଜେ ହୃଦ ଗୁଞ୍ଜୁଥାଇ ।


ମୃଦୁ ମଳୟର ପରଶରେ ତନୁ ମନ 

ଉଲ୍ଲସିତ ବସନ୍ତ ଛିଟାରେ ।

ରକ୍ତ କରବୀ ଫୁଲେଇ ପଳାଶ ରକ୍ତିମ 

ମଲ୍ଲୀ କେତକୀର ମହକରେ ।


ଯୂଇ ଯାଈ ଚମ୍ପା ଅଶୋକ ମଧୁମାଳତୀ

ଋତୁରାଜେ ଆହ୍ବାନ କରନ୍ତି ।

ମଲ୍ଲିକା ମନ୍ଦାର ହେନା ଯୂଥିକା ମାଧବୀ 

ଚଉଦିଗ ବାସ ଚହଟଇ ।


ଜବା ଅଧର ପ୍ରୀତି ମହ୍ଲାର ରୂପକାନ୍ତି

କୃଷ୍ଣଚୁଡା ରଙ୍ଗରେ ରଙ୍ଗେଇ ।

ପ୍ରେମ ଋତୁର ସେ ପ୍ରଣୟ ସମ୍ରାଟ ସାଜି

ଧରାବକ୍ଷେ ବସନ୍ତ ଆସଇ ।


ବସନ୍ତ ବାସ୍ନାରେ ମିଠା ପ୍ରଣୟ ବଲ୍ଲରୀ 

ମଧୁମକ୍ଷୀ ଆନନ୍ଦେ ଗାଆନ୍ତି ।

ମନ୍ଦ ମନ୍ଦ ମଳୟରେ ମଧୁମୟ ଗୀତି

ରାଧାକୃଷ୍ଣ ପ୍ରେମ ବିଶ୍ବ ପ୍ରୀତି ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance