ସ୍ବପ୍ନ ସାଗରରେ ଭାସୁଛ ତୁମେ
ସ୍ବପ୍ନ ସାଗରରେ ଭାସୁଛ ତୁମେ
ନିରେଖଇ ଯେବେ ଚନ୍ଦ୍ର ମଣ୍ଡଳକୁ
ଗୁଣି ହୁଏ ଚିତ୍ତ ମୋହ ସଂଭ୍ରମେ
ଦିଶେ ଚନ୍ଦ୍ରମୁଖ ପ୍ରିୟା ଗୋ ତୁମର
ସ୍ବପ୍ନ ସାଗରରେ ଭାସୁଛ ତୁମେ ।
ଉତ୍ତାଳେ ଅଶାନ୍ତ ଉନ୍ମିଦ୍ର ମନ ମୋ
ହୁଅଇ ତଲ୍ଲୀନ ବିଭୋର ଦୃଶ୍ଯେ
ନ ଜାଣଇ କେବେ ପାହିଯାଏ ରାତି
ହୁଏ ଅୟରାମ୍ଭ ଦିବସ ନିତ୍ଯେ ।
ଭାବିହୁଏ ତୁମ ପ୍ରେମ ଅନୁରାଗ
ଘାରି ହୋଇ ମନ ଲାଗେ ଅସ୍ଥିର
ଭାସି ଉଠେ ଆଖି ଆଗରେ ତୁମର
ଛାୟାଚିତ୍ର ଚାରୁ ମୁଖମଣ୍ଡଳ ।
ଦିଶଇ ଝଟକି ଦରହାସ୍ଯ ମୁଖ
ମୁକ୍ତା କଣ ପ୍ରାୟ ସାଗର ବକ୍ଷେ
ହୋଇ ମୁଁ ତଟସ୍ଥ ଧାଉଁଥାଏ ପଛେ
ସାଉଁଟେ ଶ୍ରଦ୍ଧାରେ ଶାମୁକା ବୁକେ ।
ଜାଣେ ନାହିଁ କେବେ ହେବ ପ୍ରଶମିତ
ଅଶାନ୍ତ ସିନ୍ଧୁ ମୋ ହୃଦ ଉଦବେଳ
ହୋଇବ ସଜଳ ସ୍ବପ୍ନ ମୃଗତୃଷ୍ଣା
ପଦ୍ମମୁଖ ତୋଳି ହେବି ପ୍ରଫୁଲ୍ଲ ।

