STORYMIRROR

Dinesh Meher

Romance

3  

Dinesh Meher

Romance

ଫଗୁଣରେ ତୁମଠି ଫଗୁର ଛିଟା

ଫଗୁଣରେ ତୁମଠି ଫଗୁର ଛିଟା

1 min
208


ହେମବରଣୀ ତୁମ ଦେହରେ

ନାଲି ନେଳି ଫଗୁର ଛିଟା

ସୃଷ୍ଟି କରେ ମନଲୋଭା ଦୃଶ୍ୟ,

ଇଛା ହୁଏ ପ୍ରକୃତି ସଙ୍ଗେ

ମିଶି ଯାଇ ତୁମକୁ

ଫଗୁଣ ସଙ୍ଗେ ଗୋଳି ହୋଇ

ରଙ୍ଗେଇ ଦେଇ ଯାଆନ୍ତି କି!

ପୁଣି ମନେ ପଡ଼ିଯାଏ,

ତୁମେ ଯେ ପବିତ୍ରତା ର ପରିକଳ୍ପନା,

ମୁଁ ଯେ କଳଙ୍କିତ ର ଉଜ୍ଜଳ ଉଦାହରଣ।

କି ଭାବେ

ତୁମକୁ କରିବି ସ୍ପର୍ଶ?

ମୋ ସ୍ପର୍ଶେ କାଳେ

ବୋଲି ହେଇଯିବନି ତ

ତୁମଠି କଳଙ୍କ ର ଲେପ!

କାଳେ ଦୁନିଆ ତୁମକୁ

କରିଦେବନି ତ ଘୃଣ୍ୟ!

ନା !

ଏହା କେବେ କଳ୍ପିତ ହୋଇନପାରେ,

ତୁମେ ଯେ ପୂର୍ଣ୍ଣିମା ରାତ୍ରିର ଜ୍ୟୋସ୍ନା

ମୁଁ ଯେ ବାମନ

କେମିତି ବା ତୁମକୁ କରିବି ସ୍ପର୍ଶ!

କିନ୍ତୁ,

ଫଗୁଣ ଯେ ତୁମକୁ ଝୁରୁଛି

ତୁମଠି ବୋଳିଦେବା ପାଇଁ

ପ୍ରକୃତିର ସାତରଙ୍ଗ,

ମୋ ଠୁଁ ବଳି ସେ,

ତୁମକୁ ଗୋପନରେ ଭଲ ପାଏ

ତୁମ ପ୍ରତୀକ୍ଷା ରେ 

ସେ ଯେ କେତେ କାଳରୁ

ପ୍ରତିକ୍ଷୀତ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance