STORYMIRROR

Dinesh Meher

Inspirational

4  

Dinesh Meher

Inspirational

ତୁମ ପଦାରବିନ୍ଦେ

ତୁମ ପଦାରବିନ୍ଦେ

1 min
400

ତୁମ ଆଲୁଅରେ

କ୍ଷୁଦ୍ର ଖଦ୍ୟୋତିକା ଟିଏ

ଚମକି ଯାଏ

ଉଜ୍ଜଳ ନକ୍ଷତ୍ର ରୂପରେ।


ତୁମ କରୁଣା ରେ

ବେସୁରା ଜୀବନ ରେ 

ରଙ୍ଗ ଲାଗି 

ପାଲଟି ଯାଏ

ଏକ ମଧୁମୟ ସଙ୍ଗୀତ ଟିଏ।


ତୁମ ଆଦେଶରେ 

ପୂରୁବ ଆକାଶେ 

ଆବିର୍ଭାବ ହୁଏ

ଅଗଣିତ ସୁର୍ଯ୍ୟ ।


ତୁମର ପଦିଏ କଥାରେ

ସନ୍ତାପିତ ପ୍ରାଣରେ

ଜିଇଁବାର ଇଚ୍ଛା

ହୁଏ ଜାଗ୍ରତ।


ତୁମର ଲେଖନୀ ମୁନ ର

ଶକ୍ତି ଠାରେ

ଯୁଦ୍ଧାସ୍ତ୍ର ଟିଏ

କ୍ଷୁଦ୍ର କଣିକା ଟିଏ 

ଯାଏ ପାଲଟି ।


ତୁମ ଚରଣ ତଳେ

ବହିଯାଏ ସଭ୍ୟ ଜଗତର

ସପ୍ତ ରତ୍ନାକର,

ସେଇ ତୁମ

ପଦାରବିନ୍ଦେ

କୋଟି ପ୍ରଣିପାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational