STORYMIRROR

Dinesh Meher

Inspirational

3  

Dinesh Meher

Inspirational

ମନେପଡେ ଆଜି

ମନେପଡେ ଆଜି

1 min
186

ମନେପଡେ ଆଜି ,

ମାଁ ର ହାତ ପରଷା

ପୁଣି ତା ମିଠା ହାତ,

ଯେଉଁ ହାତେ ପିଲାବେଳେ

ଭାତ ଥାଳି ଧରି ଖୁଆଉ ଥିଲା।

ମନେପଡେ ଆଜି

ବାପାଙ୍କ କାନ୍ଧ,

ଯେଉଁ କାନ୍ଧରେ ବସି

ହାତ ବଢ଼େଇ ଦଉ ଥିଲି

ପାଇବାକୁ ସରଗର ଚାନ୍ଦ।

ମନେପଡେ ଆଜି ,

ଭଉଣୀ ସହ କଳି କାଜିଆ,

ସେହି ମିଛି ମିଛିକା ଝଗଡ଼ା

ମିଛି ମିଛିକା ରାଗ ରୁଷା।

ମନେପଡେ ଆଜି ,

ଗୁରୁଙ୍କ ବେତ ମାଡ଼,

ଯେଉଁ ବେତ ମାଡ଼ କୁ

ଥିଲା କେତେ ଡର

ଆଜି ମନେ ସେ ବେତ ମାଡ଼

କେଜାଣି କାହିଁ ମନେ ପଡେ 

ସତରେ!

ସେ ଅଭୁଲା ସ୍ମୃତି

ସେ ଅଭୁଲା ଦିନ

ପୁଣି ଥରେ

ମୋ ପାଖକୁ ଚାଲି ଆସନ୍ତା କି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational