STORYMIRROR

Dinesh Meher

Tragedy

3  

Dinesh Meher

Tragedy

ଅଦୃଶ୍ୟ ଶତୃ

ଅଦୃଶ୍ୟ ଶତୃ

1 min
131

ଅଦୃଶ୍ୟ ଶତୃର କୋପ

ଖେଳିଯାଏ ଦୁନିଆ ସାରା

କଳାହାଣ୍ଡିରୁ କାଲିଫର୍ଣ୍ଣିଆ ଯାଏଁ

ଅଦୃଶ୍ୟ ଶତୃର କରାଳ ରୂପ

ବିଶ୍ୱବାସୀଙ୍କୁ ଭୀତତ୍ରସ୍ତ କରେ 

ଭୟରେ ଜନତା

ଭୟରେ ପ୍ରଶାସନ

ଅଡ଼ୁଆରେ ସରକାର

ପଦକ୍ଷେପ ପରେ ପଦକ୍ଷେପ!

ତାଲାବନ୍ଦ ପରେ ତାଲାବନ୍ଦ କରି

ସରକାର ଅଦୃଶ୍ୟ ଶତୃର ଦମନ

 ଆଶାରେ ଆଶାୟୀ

କିନ୍ତୁ

କେବେ କୋରୋନା

କେବେ ଡେଲଟା

କେବେ ଓମିକ୍ରନ୍ ନାମରେ

ଶତ୍ରୁର ନୂଆ ନୂଆ ଅବତାର

ସରକାରଙ୍କ ମନରେ ଜାଗ୍ରତ କରେ

ଅସଂଖ୍ୟ ଭୀତ!

ଖାଁ ଖାଁ ନିରବତା

ଜନଶୂନ୍ୟ ଗଳି ରାସ୍ତା

ଭୟ ତାର ସବୁଠି 

ମାନବ ସମାଜର

ପତନର ଚିନ୍ତା କରିଛି 

ଜୀବନ ଅମୂଲ୍ୟ !

ମୃତ୍ୟୁର ପଥ ଭାରି ଶସ୍ତା।

ବ୍ୟଗ୍ରତାର ପଥ ଇୟେ

ବେଶୀଦିନ ତିଷ୍ଠିବନି

ଯୁଦ୍ଧ ଇଏ ଜିତିବା ନିଶ୍ଚୟ

ଅଦୃଶ୍ୟ ଶତୃ ହାରିବ

ଦୁଃଖର ଦିନ ଆଉ ଅଳ୍ପ

ଏ ଦିନ ବି ଦିନେ

ମୁହଁ ମୋଡ଼ି ଚାଲିଯିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy