STORYMIRROR

Dinesh Meher

Inspirational

3  

Dinesh Meher

Inspirational

ଓଡ଼ିଆ

ଓଡ଼ିଆ

1 min
230

ଆଉ କେତେଦିନ,

ଓଡ଼ିଆ ଭାଷା କୁ ଲାଞ୍ଛିତ ପତିତ କରି

ଖଣ୍ଡ ବିଖଣ୍ଡିତ କରି ଚାଲୁଥିବ!

ତୁମେ ମାନେ ପରା ଓଡ଼ିଆ

ମାତୃଭୂମି ତୁମର ଓଡ଼ିଶା,

ତେବେ ଅତୀତର ସେଇ କଥା

ତୁମେ ମାନେ ପାସୋରି ଦେଲ କି?

ସେଇ ଭାଷା ଆନ୍ଦୋଳନର ଅକୁହା କଥା

ତୁମ ମାନଙ୍କ ମନେ ନାହିଁ କି?

ଦିନେ ବଙ୍ଗାଳୀ ପାଖରେ ବନ୍ଧା ପଡ଼ିଥିଲା

ଏଇ ଆମ ଓଡ଼ିଆ ଭାଷା,

ତୁମେ ମାନେ କ'ଣ ଭୁଲିଗଲ

ସେଇ ଅଲିଭା ଅତୀତ କୁ।


ତୁମେ କି ଜାଣିବ!

ଇଂରାଜୀ ଭାଷାରେ କଥା ଦି ପଦ କହି

ନିଜକୁ ଶିକ୍ଷିତ ସଭ୍ୟ ବୋଲି 

କେବଳ ଡିଣ୍ଡିମ ପିଟି ଚାଲିଛ,

ଓଡ଼ିଆ ଭାଷା କୁ ନୀଚ କରି ଚାଲିଛ।


ତେବେ ଶୁଣ,

ତେବେ ମୁଁ ବି ତ ଜଣେ ଓଡ଼ିଆ

ମୁଁ ବି ଭଲ ପାଏ ଓଡ଼ିଶାକୁ

ଭଲ ପାଏ ଓଡ଼ିଆକୁ

ପୁଣି ଭଲ ପାଏ ସାହିତ୍ୟକୁ

ସାହିତ୍ୟର ପ୍ରତିଟି ଶବ୍ଦକୁ

ତେବେ ମୁଁ ଆଉ ତୁମ ଭିତରେ ଫରକ କ'ଣ

ମୁଁ ବି ତ ସେଇ ମଣିଷ ତୁମ ଭଳି,

ଆମେ ତ ପୁଣି ଏହି ମାଟିର ସନ୍ତାନ

ତେବେ କଣ ପାଇଁ ଏ ଭେଦଭାବ?

ଆସ ସମସ୍ତେ ମିଶି ଓଡ଼ିଶା କୁ ଆଗେଇ ନେବା

ଓଡ଼ିଆକୁ ଆଗେଇ ନେବା

ବିଶ୍ଵ ଦରବାରରେ ଗର୍ବର ସହ କହିବା

 ଆମେ ଓଡ଼ିଆ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational