STORYMIRROR

Dinesh Meher

Abstract Romance

3  

Dinesh Meher

Abstract Romance

ଅନାମିକା

ଅନାମିକା

1 min
196


ତମସାଛନ୍ନ ବେସୁରା ଜୀବନରେ,

ବସନ୍ତର ବାସ୍ନା ଭରା

ପ୍ରଭଞ୍ଜନର ମିଠା ଲହର ସଙ୍ଗେ

ତୁମର ଆବିର୍ଭାବ, 

ବିଭୀଷିକା କରେ ସୃଷ୍ଟି

ତ୍ଵକସାର ଜୀବରେ

ଖେଳିଯାଏ ଭୀତର ପ୍ରକୋପ,

ପୁଣି ହଠାତ୍ ଖଦ୍ୟୋତର ଜ୍ୟୋତି

ପ୍ରକଟ କରିଦିଏ 

ତୁମର ହେମବରଣୀ ଚେହେରା,

ତୁମ ଚେହେରାର ଆଲୁଅ

ତିମିରକୁ ଭେଦି 

ଚାରିଦିଗକୁ ଆଲୋକିତ କରେ।

ହଠାତ୍ ମୁଁ

ଔିତ୍ସଜ୍ୟେ ତୁମ ଆଡ଼କୁ ଆଗେଇ ଯାଏ

ଦେଖେ ତୁମର ଚେହେରା,

କଳ୍ପନାର ଅନେକ ଦୂରରେ ଖେଳୁଥାଏ

ତୁମ ଚେହେରାର ଉଜ୍ଜଳତା।

ତୁମକୁ ଦେଖିଲା ପରେ ଲାଗେ

ବେଦନା ସବୁ ହୃଦୟରୁ 

ଯାଏ ଦୂରେଇ,

ଅନୁଭବ କରେ

ତୁମ ପ୍ରଣୟ ଡାକେ ମତେ,

ଲାଗେ ଯେମିତି

ଅଚି ରେ ତୁମେ ହେବ ମୋ

ସୁନାନାକି ଅର୍ଦ୍ଧାଙ୍ଗିନୀ,

ଅନାମିକା ଅଚିହ୍ନା ତୁମେ

କିନ୍ତୁ

କିଛି ସମୟର ସାକ୍ଷାତ ରେ

ସାଜିଲ ତୁମେ

ମୋ ସୁନେଲି ସ୍ୱପ୍ନର ନାୟିକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract