STORYMIRROR

Dinesh Meher

Inspirational

3  

Dinesh Meher

Inspirational

ଗରିବର ଶୀତ

ଗରିବର ଶୀତ

1 min
162

ଏଥରକ ବି

ବର୍ଷା ନ ସରୁଣୁ

ପହଞ୍ଚି ଗଲା ଶୀତ 

କମ୍ପେଇ ଦେଉଛି ସମଗ୍ର ଜନ ଜୀବନକୁ।

ସେଇ ଭିତରେ

କୁହୁଁରି କୁହୁଁରି ଚିନ୍ତାରେ ବସିଥାଏ

ଗରିବ ଟେ 

ଭାବୁଥାଏ ଶୀତକୁ ସ୍ୱାଗତ କରିବ

ନା ଫେରେଇ ଦେବ 

ସେ ନିର୍ବିକାର;

ଖଣ୍ଡେ ଛିଣ୍ଡା କନାରେ 

ଗୋଟେ ଝୋପଡ ବସ୍ତିରେ

ତା ଜୀବନ ତିଷ୍ଠିଛି 

ହେଲେ ଇଏ କି

ଦୈବ ବିଡମ୍ବନା

ଶୀତର ଦାଉ କେମିତି ବା ସହିବ ସେ

କେମିତି ବା ସାମ୍ନା କରିବ ଶୀତର

ପ୍ରକୋପକୁ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational