STORYMIRROR

Dinesh Meher

Romance

3  

Dinesh Meher

Romance

ଭ୍ୟାଳେଣ୍ଟାଇନ୍ ଗାର୍ଲ୍

ଭ୍ୟାଳେଣ୍ଟାଇନ୍ ଗାର୍ଲ୍

1 min
447

କେବେ ତୁମେ କବିର କବିତା

ସାହିତ୍ୟର ପ୍ରତିଟି ଅକ୍ଷରେ 

ତୁମେ ନାନା ରୂପେ ଝଲସୁ ଥାଅ।

ସଙ୍ଗୀତର ତୁମେ ସଙ୍ଗୀତା 

ଗାୟକର ସାରେଗାମାପା ସୁରେ

ମଧୁର ସଙ୍ଗୀତ ଟିଏ ହୋଇ

ଶ୍ରୋତା ର ମନକୁ ଚୋରେଇ ନିଅ।

ତୁମେ କେବେ ରୂପ ରାଇଜର ରୂପଶ୍ରୀ

ରୂପରେ ଗୁଣରେ ତୁମେ

ଏକ ଚାଉଳେ ଗଢା

ତୁମ ପାଇଁ ଅଛି ଜୀବନ ମୋର ସଜଡ଼ା,

ଯେବେ ଝରି ଆସେ ତୁମ ବେନି ନୟନୁ 

 ବୁନ୍ଦା ବୁନ୍ଦା ଲୋତକ ଧାର

ଝରି ଯାଏ ମୋ ହୃଦରୁ

ରକତର ମହାସାଗର ।

ଭ୍ୟାଳେଣ୍ଟାଇନ୍ ଗାର୍ଲ୍

ତୁମେ ପ୍ରତୀକ ମୋ 

ମିଠା ପ୍ରେମର।

ହେମବରଣୀ ସରି ତୁମ ରୂପ

ଅଧର ତୁମ ଗୋଲାପ କଢ଼ି

ଉତ୍ତମାଙ୍ଗ ତୁମେ ମୋ ଜୀବନର 

ତୁମ ସକାଶେ ନିଃଶ୍ୱାସ ଚାଲେ ମୋର,

ଚାରୁ ତୁମେ, 

କନକ ସରି ମୂଲ୍ୟବାନ ପ୍ରେମ ତୁମର

ତୁମ ପଦୁ ଟି କଥାରେ 

ଅନ୍ତ ହୋଇଯାଏ ବେଦନା ମୋର

ଆଗୋ ମୋ ପ୍ରେୟସୀ

ଭ୍ୟାଳେଣ୍ଟାଇନ୍ ରେ ଜନ୍ମ ତୁମ

ଭ୍ୟାଳେଣ୍ଟାଇନ୍ ଆଣି ଦେବ ତୁମକୁ

ଖୁସିର ରଙ୍ଗ

ବହି ଯିବ ତୁମଠି

ନୂଆଁ ଫଗୁଣର ତରଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance