STORYMIRROR

Santanu Bisoi

Abstract Romance

3  

Santanu Bisoi

Abstract Romance

ଅଭୁଲା ମୁହୂର୍ତ୍ତ

ଅଭୁଲା ମୁହୂର୍ତ୍ତ

1 min
143


ଦୂର ଦିଗବଳୟରେ ଅସ୍ତମିତ ସୂର୍ଯ୍ୟଙ୍କ ଆଲୋକ ଭଳି

ତୁମର ଲାଳିମା ମୁଖମଣ୍ଡଳଟି କେତେ କାନ୍ତିମୟ କେତେ କମନୀୟ ଦୀପ୍ତିମନ୍ତ ହୋଇ ଆକର୍ଷିତ କରେ


ମନେ ଅଛି ?

ସେଦିନ ସନ୍ଧ୍ୟା ନଇଁ ଆସୁଥିବା ସମୟରେ..

ତୁମେ ଏକା

ମୁଁ ଏକା

ହୃଦୟର ଏକ ଅଦୃଶ୍ୟ ଆକର୍ଷଣ

ମନର ନିବିଡ଼ତା..


ଓଠ କୋଣରୁ ଝରି ଆସୁଥିବା କିଛି ଅଭିବ୍ୟକ୍ତି ହଠାତ ଶୃଙ୍ଖଳବଦ୍ଧ ହୋଇ ରହିଯିବା

ନିର୍ବାକ ହୋଇ ଦୁହେଁ ଦୁହିଁଙ୍କୁ କିଛି ସମୟ ପାଇଁ ଗଭୀର ଭାବରେ ମନଭରି ଦେଖିନେବା..

ଏଇଟା କଣ ପ୍ରେମ ନଥିଲା ?


ଜୁଆରିଆ ପ୍ରେମକୁ ଆଡେଇ ଦେଇ ସମ୍ଭ୍ରମତା ରକ୍ଷା କରିବା ଏକ ଅଦୃଶ୍ୟ ଇଙ୍ଗିତ ଥିଲା

ବୋଧହୁଏ ପ୍ରାରବ୍ଧ ଦ୍ୱାରା ହୃଦୟ ସହିତ ହୃଦୟର ଆତ୍ମିକ ମିଳନପାଇଁ ନିୟତାଙ୍କ କଠୋର ନିର୍ଦ୍ଦେଶ ଥିଲା !


ସୌନ୍ଦର୍ଯ୍ୟ, ଶରୀର ଏସବୁ ତ କ୍ଷଣିକ, ଅଲିକ..

ଆମେ ଚାହିଁଥିଲେ କଣ' ପାର୍ଥିବ ଆନନ୍ଦ ପାଇଁ ଭରା ଯୌବନକୁ ନେଇ ଖେଳ ଖେଳି ପାରିନଥାନ୍ତେ ?


ଆମ ପାଇଁ ସେଇଟା ଗୋଟିଏ ଅଗ୍ନି ପରୀକ୍ଷା ଥିଲା

ହାରି ଯାଇଛେ କି ? ଜିତି ଯାଇଛେ ଜାଣିନି ।


କିନ୍ତୁ ପରେ ପରେ ଅନୁଭବ କରିଛି ।

ରାସ୍ତାରେ ଚାଲିଲା ବେଳେ ମୋ ପଛେ ପଛେ ତୁମ ଚିତ୍ରପଟ ଯାଏ।

ଖାଇଲା ବେଳେ.. ତୁମ ଜଳଛବି ମୋତେ ପରଶି ଦିଏ।

ପଢିଲା ବେଳେ ମୋ ପାଖ⁶66⁶⁶⁶⁶⁶t ଭୁଲକୁ ମୋତେ ଦର୍ଶାଇ ଦିଏ

ଆଉ ମୁଁ ଶୋଇଲା ବେଳେ ତୁମର ଛାୟାମୂର୍ତ୍ତି ମୋ ଛାତି ଉପରେ ହାତ ରଖି ପାଖରେ ଶୋଇ ଯାଏ .!


ଭଲପାଇବାର ସେଇ ଅଭୁଲା ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡିକ ଆଜିବି ମୋ ସ୍ମୃତିପଟ୍ଟରେ ଉଜ୍ଜୀବିତ ହୋଇ ଅଛି।

ବେଳେ ବେଳେ ହୃଦୟର ବାତାୟନ ଦେଇ ସୁପ୍ତ ପ୍ରେମଟା ପୁଣି ତୁମ ଆଡକୁ ମୁଣ୍ଡ ଟୁଙ୍ଗାରି ଚାହେଁ

ଅସ୍ତବ୍ୟସ୍ତ ହୋଇ ଖୋଜେ

ମରୀଚିକା ପଛରେ ଧାଇଁଲା ଭଳି ଦଉଡେ

ପୁଣି ସ୍ତବ୍ଧ..ନିର୍ବାକ ହୋଇଯାଏ !


ଏସବୁ ଦେଖି..ଅସହିଷ୍ଣୁ, ପରଶ୍ରୀକାତର ମଣିଷ ଗୁଡିକ ମୋତେ ପାଗଳ ବୋଲି କୁହନ୍ତି

ପ୍ରେମ ପାଗଳ !


ତୁମେ କୁହ

ସତରେ ମୁଁ କଣ ଗୋଟିଏ ପାଗଳ ?

କାହା ପ୍ରେମରେ.?

କାହା ପାଇଁ ?

ହା ହା ହା ହା ହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract