STORYMIRROR

Yudhisthir Khamari

Abstract Romance Inspirational

3  

Yudhisthir Khamari

Abstract Romance Inspirational

କାବ୍ୟ ନାୟିକା

କାବ୍ୟ ନାୟିକା

1 min
133

ମନର ଭାବନାକୁ କଲମ ମୁନରେ

କାଗଜରେ ଉତାରୁ ଉତାରୁ 

ତାହା କେବେ କବିତା ପାଲଟି ଯାଇଥିଲା

ମୋତେ ଜଣା ନ ଥିଲା ବି ମୁଁ ରଚିପାରେ କବିତା ବୋଲି

ଦୃଷ୍ଟିପାତ ହେଲା ଯେବେ ତୁମ

ପଢିଲ ତନ୍ନ ମନ୍ନ କରି ଆମୁଳଚୁଳ

ସୃଷ୍ଟି କଲ ଆଗ୍ରହ ଅନ୍ତର ଭିତରେ

ଉତପ୍ରେରକ ସାଜିଲ ମୋ କାବ୍ୟସମୀକର

ମୁଁ କଲମ ନ ଅଟକାଇ ରଚି ଚାଲିଲି

କାବ୍ୟ କବିତା ଅବିରତ ଭାବରେ

ତୁମେ ହିଁ ସାଜି ସାରିଥିଲ ମୋ କବ୍ୟ ନାୟିକା

ସେଇ ଭିତରେ ପୁଣି ଭଲପାଇବା

ରାଗ ରୁଷା ଅଭିମାନ ଭରା କଥା

ଏବେ କାବ୍ୟ ସୃଜନ ରେ ତୁମେ କେବଳ ତୁମେ

ଜୀବନ ଦର୍ଶନରେ ବି ତୁମେ

ନିଅତ କାର୍ଯ୍ୟ ଧାରାରେ ବି ତୁମେ

ପ୍ରେରଣାର ସ୍ରୋତ ତି ତୁମେ

ଯେଉଁ ସ୍ରୋତରେ ବହିଆସେ 

ସ୍ନେହ ପ୍ରେମ ଓ କରୁଣାର ଧାରା

ମୋ କବି ପଣିଆର କାରଣ ତ

ତୁମେ ଗୋ କାବ୍ୟ ନାୟିକା

ବୋଧହୁଏ ମୋ ପରିଚୟ ବି ସୃଷ୍ଟି

କେବଳ ତୁମରି ପାଇଁ  

ତୁମେ ଯଦି ମୋତେ ପରିଚୟର କାରଣ

ତ ମୋର କି ଅସ୍ତିତ୍ବ ତୁମ ବିନା

ନାୟକର କି ବା ଭୂମିକା ନାୟିକା ବିନା ଯେ

ସ୍ବପ୍ନରେ ବି ନାୟିକା ଆଉ କାବ୍ୟ ନାୟିକା ବି ତୁମେ

ତୁମ ବିନା ଯେ ସବୁ କିଛି ଅଧା ଅଧୁରା ସତରେ

ଆସ ବାରେ ରଞ୍ଜିତ କର ଇନ୍ଦ୍ରଧନୁ ରଙ୍ଗେ

ଆହୁରି ରସଶିକ୍ତ ହେଉ ମୋ କାବ୍ୟ ସାଧନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract