STORYMIRROR

Yudhisthir Khamari

Abstract Romance Tragedy

3  

Yudhisthir Khamari

Abstract Romance Tragedy

ପ୍ରେମର ପୁଲକ

ପ୍ରେମର ପୁଲକ

1 min
1.2K

ମୁଁ ପ୍ରଜାପତି ଟିଏ ସିନା ଉଡି ବୁଲୁଥାଏ

ଇତସ୍ତତଃ ଭ୍ରମଣରେ ପାଏନି ମାନସିକ ଶାନ୍ତି

ସର୍ବଦା ସନ୍ଧାନରେ ଥାଏ ସୁକୋମଳ

ସୁଗନ୍ଧିତ ପୁଷ୍ପଟିଏ ପାଇଁ

କେବ କେଉଁଠି ତାର ସନ୍ଧାନ ମିଳିବ ବି ‌ଜଣାନାହିଁ

ତଥାପି ତାରି ପୁଲକଟିଏ ପାଇଁ ଆଶାବାନ୍ଧି ଥାଏ

ଏମିତି ତରତର ହୋଇ ଚାଲୁ ଚାଲୁ

ହଠାତ୍ ମୋ ଡେଣା ଦୁଇଟି ସ୍ତବ୍ଧ ହେଇଗଲା

ଚାରି ଆଡକୁ ନଜର କରିପାରୁଥିବା ଆଖି ବି

ସ୍ଥିର ହୋଇଗଲା ଗୋଟିଏ ଦିଗରେ

ମୁଁ ଚୁପି ଚୁପି ଗଲି ତୋ ପାଖକୁ

ନିକଟତର ହେଲାବେଳକୁ ଉତ୍ସାହ ବଢୁଥିଲା ମୋର

ହୃଦତନ୍ତ୍ରୀ ମୋର ଆହୁରି ଜୋର୍ ରେ ଥରୁଥିଲା

ଏକ ନୂତନ ସ୍ବର ସତେକି ବାହାରୁଥିଲା ସେଥିରୁ

ସେଥିରେ ମୁଁ ବିମୋହିତ ହେଉଥିଲି କି ତୁ

ତା ବି ଜାଣେନି ମୁଁ 

ଖାଲି ଏତିକି ଜାଣିଥିଲି ମୁଁ ଆକର୍ଷିତ ହୋଇ ସାରିଥିଲି

ମୋର ପ୍ରେମର ପିପାଷା ବୃଦ୍ଧି ହୋଇ ଚାଲିଥିଲା

ନିକଟତର ହେଲାବେଳକୁ ମୃଦୁ ହସଟିଏ 

ଓଠରେ ‌ଆଙ୍କି ପବନରେ ‌ଦୋଲୁଥିଲୁ

ତୋ ଚାହାଣି ସତେକି ମୋତେ ଅପେକ୍ଷା କରି ରହିଥିଲା

ହେଲେ ମୋର ସାହସ ନ ଥିଲା ତୋତେ ଚୁମିବବାକୁ

ମୋର ତୃଷ୍ଣା ସିନା ବଢୁଥିଲା ହେଲେ ନାଚାର ମୁଁ

ତଥାପି ବି ମୁଁ ଖୁସିରେ ବିଭୋର ହେଉଥିଲି

ତୋରି ପ୍ରେମର ପୁଲକ ଟିଏ ପାଇ

ବୋଧହୁଏ ମୁଁ ତୋତେ ମନେ ମନେ 

ଭଲ ପାଇ ସାରିଥିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract