STORYMIRROR

Yudhisthir Khamari

Abstract

3  

Yudhisthir Khamari

Abstract

ରୂପ ତୋର

ରୂପ ତୋର

1 min
292

କେଉଁ ନିଖୁଣ ବିନ୍ଧାଣି ହାତରେ ଗଢା ତୁ ଯେ

ସମସ୍ତ ସୈ।ନ୍ଦର୍ଯ୍ୟ ତୋ ଭିତରେ

ତୋ ଦେହର କାନ୍ତି ସତେ ଯେମିତି

ନୀଳପଦ୍ମର ପାଖୁଡା ପରି

ଭ୍ରମ ସୃଷ୍ଟି କରେ ତୋ କେଶଦାମ

ମହୋଦଧି ର ତରଙ୍ଗାୟିତ କେଶରାଶି ମଧ୍ୟରେ

ପଦ୍ମପରି ମୁଖ ଶୋଭା ପାଏ ।


ମୃଗନୟନି ମନୋହାରିଣି ଚକ୍ଷୁ ଯୁଗଳ

ଆହୁରି ଦ୍ଵିଗୁଣିତ କରେ ଶୋଭା ତୋର

ଦୁଖରେ ହେଉ କି ସୁଖରେ

ଆନନ୍ଦିତ ସ୍ମିତହସ ମୁଖଶୋଭା ପରିବର୍ଦ୍ଧିତ

ଆକର୍ଷଣୀୟ ସୁନ୍ଦର ସୁଠାମ ଅଙ୍ଗସୈ।ଷ୍ଠବ

ବିମୋହିତ କରେ ମନ ମୋର

ଉନ୍ନତ ସୁଠାମ ବକ୍ଷଯୁଗଳ 

ପରିପୁଷ୍ଟ କରେ ସୈ।ନ୍ଦର୍ଯ୍ୟ କୁ ତୋର

ସୁଗୋଳ ସୁଠାମ ଘନ ଉରୁ ତୋର

ଅଣ୍ଟା ତୋର ମାଳଭୂମିର ଆନତ ରେଖା ଯେହ୍ନେ

ହସ୍ତପଦର ଆଙ୍ଗୁଠି ଯେହ୍ନେ ଚମ୍ପାକଲି ପରି

ତା ଭିତରେ ଭ୍ରମ ସୃଷ୍ଟି କରେ ଚନ୍ଦ୍ରପରି ‌ମନୋରମ 

ଝଟକୁ ଥାଏ ମୁକ୍ତା ପରି ଦନ୍ତପଂତି 

ତୋ ଦେହର ଭୁରୁ ଭୁରୁ ବାସ୍ନାରେ ରେ

ମୋହିତ ହୋଇଯାଆନ୍ତି ଭ୍ରମର ମାନେ

ସତେ ଯେମିତି ଭ୍ରମି ଉପବନ ଆକର୍ଷିତ

ତୋରି ଆଡକୁ ,ବୁଲନ୍ତି ଚତୁର୍ଦିଗେ ।

ତୋ କେଶ ବନ୍ଧନ ଦେଖି 

ସ୍ତମ୍ଭିଭୁତ ହୁଏ ଦେଖଣାହାରି

ସତେ ଯେମିତି ତୋରି ସୈ। ନ୍ଦର୍ଯ୍ୟ ରେ ।

         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract