STORYMIRROR

Yudhisthir Khamari

Abstract

4  

Yudhisthir Khamari

Abstract

ପଦୁଟିଏ କଥା

ପଦୁଟିଏ କଥା

1 min
354

ମନେଅଛି ନା ସେଇ ବିଗତ ଦିନର କଥା

ଏକାଠି ବସିବା ଏକାଠି ପଢିବା

ଆଉ କେବେ ପଢିବା ନା'ରେ ବି ଗପସପ

ପଢା ସମୟ ପୂର୍ବରୁ ଉପସ୍ଥିତି ରହି

ଅପେକ୍ଷାକରି ବାର ବାର କାନ୍ଥ ଘଣ୍ଟା ଅନାଇବା

କେବେ ସୁଯୋଗ ମିଲେ ତ ଆଉ କେବେ ମିଳେନି

କେବେ ସୁଯୋଗ ଥାଇବି କଥା ହେଇ ହୁଏନି

ଆଉ କେବେ ପାଖରେ ବସି ବସି ଗଡିଯାଏ ସମୟ

କେବେ ଆଖି ବି କଥା କହେ

ଭାବ ବିନିମୟ ହୁଏ

ଆଉ କେବେ ମୁହଁ ଲାଜେଇ ଯାଏ ତଳକୁ

ତୁ ଜାଣିଥାଉ ମୁଁ ତୋ ହୃଦୟ ରେ 

ଆଉ ତୁ ମୋ ହୃଦୟ ରେ ସ୍ଥାନାଧିକର କରିଛି ବୋଲି

ହେଲେ ବି ମୁହଁ ଖୋଲନି କେବେ

ସେଇ ତ ପ୍ରେମ ଯାହା ପାଟି କହିପାରେ ନି

ତାହାବି ହୃଦୟ ବୁଝିଯାଇ ପାରେ 

ମନ ମାନେନି ତଥାପି 

ପଦୁଟିଏ ମନର କଥା କହିବାକୁ ବ୍ୟାକୁଳ ହେଉଥାଏ

ପାଟି ସିନା କହିପାରେ ନି କାନ ଶୁଣିପାରେ

ଭାବନାକୁ ଭାବରେ ବାନ୍ଧି ଦିଏ ହୃଦୟ ଭିତରେ

ତଥାପି ଅପେକ୍ଷା କରିଥାଏ ତୋ ମୁହରୁ 

ଶୁଣିବାକୁ ପଦୁଟିଏ କଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract