କେବଳ ଶୂନ୍ୟତା
କେବଳ ଶୂନ୍ୟତା
ତୁମ ଶରୀରଟା ସିନା ଦୂରେ
ହେଲେ ତୁମ ହୃଦୟ ଟା ମୋ ନିକଟେ
ଲାଗେ ଯେପରି ଏକାନ୍ତ ରେ କଥାବାର୍ତ୍ତା ଭଳି
ସଂଗୀତ ଶୁଣିଲେ ଖୋଜେ ତୁମରି ସ୍ବର
ପାଉଁଜି ଶବ୍ଦରେ ଉଦବେଳିତ କରେ ମନ
ପାଦ ଚୁପି ଚୁପି ଆସିବାର ସ୍ବର ଶୁଭେ
ପୁଣି ଦେଖିଲା ବେଳକୁ କେବଳ ଶୂନ୍ୟତା
ଲାଗେ ଗୋପନ ଛୁଆଁ ର ମିଠା କାଦମ୍ବରୀ
ସତରେ କ'ଣ?
ଅଶରୀରେ ଆସ ତୁମେ?
ଛୁଇଁ ଯାଅ ମୋ ପ୍ରତ୍ୟେକ ଅବୟବକୁ
ସୃଷ୍ଟି କର ମହୋଦଧି ର ତରଙ୍ଗ
ପ୍ରକୃତିସ୍ଥ ବେଳେ ଖୋଜେ ତୁମ କାୟା
ପାଏନି ତୁମକୁ,
ପାଏ କେବଳ ନିଜକୁ,ଏକଲା ପଣକୁ
ମନେ ହୁଏ, ଆସିବ ସିଏ ଚକିତ କରି ମୋତେ
ସ୍ନେହ,ଅଭିମାନେ ଦୋହୋଳାଇ ଦେବ
ବାଣ୍ଟିବ ପ୍ରେମର ସୁଷମ ଆହାର
ଜାଣିପାରେ ସ୍ବପ୍ନ ବାସ୍ତବତା
ଓ ବାସ୍ତବତା ସ୍ବପ୍ନ ମଧ୍ୟରେ ଫରକ
ସବୁ ଲାଗେ ସତ ସତ
ପୁଣି ସବୁ କିଛି ମାୟା ମରିଚିକା ।
