STORYMIRROR

Yudhisthir Khamari

Abstract

4  

Yudhisthir Khamari

Abstract

କେବଳ ଶୂନ୍ୟତା

କେବଳ ଶୂନ୍ୟତା

1 min
218

ତୁମ ଶରୀରଟା ସିନା ଦୂରେ

ହେଲେ ତୁମ ହୃଦୟ ଟା ମୋ ନିକଟେ

ଲାଗେ ଯେପରି ଏକାନ୍ତ ରେ କଥାବାର୍ତ୍ତା ଭଳି

ସଂଗୀତ ଶୁଣିଲେ ଖୋଜେ ତୁମରି ସ୍ବର

ପାଉଁଜି ଶବ୍ଦରେ ଉଦବେଳିତ କରେ ମନ

ପାଦ ଚୁପି ଚୁପି ଆସିବାର ସ୍ବର ଶୁଭେ

ପୁଣି ଦେଖିଲା ବେଳକୁ କେବଳ ଶୂନ୍ୟତା

ଲାଗେ ଗୋପନ ଛୁଆଁ ର ମିଠା କାଦମ୍ବରୀ

ସତରେ କ'ଣ?

ଅଶରୀରେ ଆସ ତୁମେ?

ଛୁଇଁ ଯାଅ ମୋ ପ୍ରତ୍ୟେକ ଅବୟବକୁ

ସୃଷ୍ଟି କର ମହୋଦଧି ର ତରଙ୍ଗ

ପ୍ରକୃତିସ୍ଥ ବେଳେ ଖୋଜେ ତୁମ କାୟା

ପାଏନି ତୁମକୁ,

ପାଏ କେବଳ ନିଜକୁ,ଏକଲା ପଣକୁ

ମନେ ହୁଏ, ଆସିବ ସିଏ ଚକିତ କରି ମୋତେ

ସ୍ନେହ,ଅଭିମାନେ ଦୋହୋଳାଇ ଦେବ

ବାଣ୍ଟିବ ପ୍ରେମର ସୁଷମ ଆହାର

ଜାଣିପାରେ ସ୍ବପ୍ନ ବାସ୍ତବତା

ଓ ବାସ୍ତବତା ସ୍ବପ୍ନ ମଧ୍ୟରେ ଫରକ

ସବୁ ଲାଗେ ସତ ସତ 

ପୁଣି ସବୁ କିଛି ମାୟା ମରିଚିକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract