STORYMIRROR

Yudhisthir Khamari

Abstract

3  

Yudhisthir Khamari

Abstract

ପ୍ରେମାନୁଭୁତି

ପ୍ରେମାନୁଭୁତି

1 min
1.4K

ମୁଁ ବୁଝି ଥିଲି ଜାଣିଥିଲି ସଂସାର ମିଛ

ନଶ୍ବର ଏ ଶରୀର

ସମ୍ପର୍କ ଭଲପାଇବା ସବୁ କିଛି ଛଳନା

ସ୍ଵାର୍ଥପର ସୁବିଧାବାଦି ନିଜ ଅନୁସାରେ ସର୍ବେ

ମାୟାରେ ବିଜଡ଼ିତ ପାଗଳ ପ୍ରେମୀ ମାନଙ୍କୁ

ଦେଖୁଥିଲି ନିରେଖି ନିରେଖି

ସତରେ କ'ଣ ଏମାନଙ୍କ କିଛି କାମ ନାହିଁ ଦୁନିଆରେ

ମସଗୁଲ କେବଳ ଦୈହିକ ପ୍ରେମ ରେ

ସନ୍ନିକଟେ ଯାଉ ନ ଥିଲି ମୁଁ ଝିଅଙ୍କର

ବିତୃଷ୍ଣା ଥିଲା ବିପରୀତ ଲିଙ୍ଗ ପ୍ରତି

ହେଲେ ଏମିତି କେମିତି ଆସିଲି ମୁଁ ସ‍ସ୍ପର୍ଶୈ

ଲାଗିଲା ନିଆରା ନିଆରା

ସୁମଧୁର ଭାଷାରେ ବିମୋହିତ ହେଲି

ଲାଗିଲା ଆତ୍ମିୟ ଆତ୍ମିୟ

ତଥାପି କହୁଥିଲି ପ୍ରେମରେ ପଡିବା ବୋଧେ

ସମୟର ବିନଷ୍ଟ ଅବିଚାର ଭାବେ

କିନ୍ତୁ ବନ୍ଦୁତା ବଢୁଥିଲା ତା ସାଥେ ଦିନୁଦିନ

ମନ ଖୋଜୁଥାଏ ଟିକିଏ ସାକ୍ଷାତ ପାଇଁ

ଆଉ କେବେ ପଦୁଟିଏ କଥା ପାଇଁ ବାଉଳି ହୁଏ ମନ

କେବେ କେବେ ପଚାରୁ ଥାଏ ନିଜକୁ

ମୁଁ ପ୍ରେମରେ ପଡିଯାଇନି ତ?

ନିରେଖି ଦେଖିଲା ବେଳକୁ

ସେ ମୋ ହୃଦୟ ରେ ବସି ‌ସାରିଥାଏ

ମୁଁ କେବେ କେବେ ପ୍ରେମରେ ପଡିସାରିଥାଏ 

ଅଜାଣତେ ମୋର 

ଏକ ବିଶେଷ ଅନୁଭୁତି ନେଇ ଜିଇଁ ଥାଏ

ସେ କୁହ ପ୍ରେମାନୁଭୁତି ବା ଆଉକିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract