STORYMIRROR

Yudhisthir Khamari

Abstract Romance Classics

3  

Yudhisthir Khamari

Abstract Romance Classics

କୋମଳ ସ୍ପର୍ଶ

କୋମଳ ସ୍ପର୍ଶ

1 min
461

କେବେ କେବେ ତୁମ ଶରୀରର ବାସ୍ନାରେ

ବିମୋହିତ ହେଉଥିଲି ମୁଁ

ବଢି ଚାଲୁଥିଲା ଆକର୍ଷଣ ତୁମ ପ୍ରତି

ମନ ଭିତରେ ସ୍ବପ୍ନର ସୈ।ଧ ସୃଷ୍ଟି ହେଇଥିଲା

ମୁଁ ବିଚରଣ କରୁଥିଲି ସେଇ ଅଟ୍ଟାଳିକାରେ

ଏତିକି ମାତ୍ର ଖୋଜୁଥିଲି ସ୍ପର୍ଶ ଟିକିଏ ତୁମ

ଚୁପି ଚୁପି ଆସିଲ ବି ଦିନେ

ମୋ ଅଜାଣତେ ଛୁଇଁ ଦେଲ ମୋତେ

ସୃଷ୍ଟି ହେଲା ଶିହରଣ 

ଖେଲେଇ ଗଲା ବିଦ୍ୟୁତ୍ ତରଂଗ ସର୍ବାଙ୍ଗେ ମୋର

ହେଲେ ମୁଁ ଆଖି ଖୋଲି ଦେଖିଲା ବେଳକୁ

ତମେ ନ ଥିଲ ମୋ ପାଖରେ

କେବଳ ରହିଥିଲା ତୁମରି ସେଇ

ମନ ମତାଣିଆଁ ଭୁରୁଭୁରୁ ବାସ୍ନା

ଆଉ ତା ପାଖରେ ସଜ ଫୁଟା ନାଲି ଗୋଲାପ ଟିଏ

ସଜତ୍ନେ ଆଣିଥିଲ ବୋଧେ

ହେଲେ ତାହା ସମର୍ପିତ କି ଲୁଣ୍ଠିତ ଜାଣେନି

ତୁମରି ହାତର କୋମଳ ସ୍ପର୍ଶ

ରହି ଯାଇଛି ସ୍ମୃତିପଟଳରେ 

ଖୋଜୁଥାଏ ମନ ଖାଲି ସେଇ ଛୁଆଁ ଟିକକ

ଯାହା ମୋତେ ଆଣିଦେଇଥିଲା ସ୍ବର୍ଗାନୁଭୁତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract