କୋମଳ ସ୍ପର୍ଶ
କୋମଳ ସ୍ପର୍ଶ
କେବେ କେବେ ତୁମ ଶରୀରର ବାସ୍ନାରେ
ବିମୋହିତ ହେଉଥିଲି ମୁଁ
ବଢି ଚାଲୁଥିଲା ଆକର୍ଷଣ ତୁମ ପ୍ରତି
ମନ ଭିତରେ ସ୍ବପ୍ନର ସୈ।ଧ ସୃଷ୍ଟି ହେଇଥିଲା
ମୁଁ ବିଚରଣ କରୁଥିଲି ସେଇ ଅଟ୍ଟାଳିକାରେ
ଏତିକି ମାତ୍ର ଖୋଜୁଥିଲି ସ୍ପର୍ଶ ଟିକିଏ ତୁମ
ଚୁପି ଚୁପି ଆସିଲ ବି ଦିନେ
ମୋ ଅଜାଣତେ ଛୁଇଁ ଦେଲ ମୋତେ
ସୃଷ୍ଟି ହେଲା ଶିହରଣ
ଖେଲେଇ ଗଲା ବିଦ୍ୟୁତ୍ ତରଂଗ ସର୍ବାଙ୍ଗେ ମୋର
ହେଲେ ମୁଁ ଆଖି ଖୋଲି ଦେଖିଲା ବେଳକୁ
ତମେ ନ ଥିଲ ମୋ ପାଖରେ
କେବଳ ରହିଥିଲା ତୁମରି ସେଇ
ମନ ମତାଣିଆଁ ଭୁରୁଭୁରୁ ବାସ୍ନା
ଆଉ ତା ପାଖରେ ସଜ ଫୁଟା ନାଲି ଗୋଲାପ ଟିଏ
ସଜତ୍ନେ ଆଣିଥିଲ ବୋଧେ
ହେଲେ ତାହା ସମର୍ପିତ କି ଲୁଣ୍ଠିତ ଜାଣେନି
ତୁମରି ହାତର କୋମଳ ସ୍ପର୍ଶ
ରହି ଯାଇଛି ସ୍ମୃତିପଟଳରେ
ଖୋଜୁଥାଏ ମନ ଖାଲି ସେଇ ଛୁଆଁ ଟିକକ
ଯାହା ମୋତେ ଆଣିଦେଇଥିଲା ସ୍ବର୍ଗାନୁଭୁତି ।