STORYMIRROR

Yudhisthir Khamari

Tragedy

3  

Yudhisthir Khamari

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
216

 କୁହାଯାଏ ମଣିଷ ଅହଂକାର ସିନା

 କାହାର କିଛି କରି ପାରେନି

 ହେଲେ ଦଇବ ଦାଉ ସାଧିଲେ କଣ କରିପାରିବ

 ମଙ୍ଗଲୁ ଆଶା କରିଥିଲା ଏସନ

 ଯେମିତି ହେଲେ ମୁକ୍ତି ହେବ କରଜରୁ

 ଯତନେ ବଢାଇଥିଲା ଫସଳ

 ଖୋସି ହେଉଥିଲା ଆଖି ତା'ର

 ସ୍ବର୍ଣ୍ଣିମ ଫସଳକୁ ଦେଖି ପେଟ ପୁରୁଥିଲା

 ଆଗତୁରା ଅମଳର ପ୍ରାରମ୍ଭ ବି ହୋଇଥିଲା

 ହେଲେ ଦଇବ ଦାଉ ସାଧିଲା

 ଅଦିନିଆ ବର୍ଷା ରେ ନାଶ କରିଦେଲା ସବୁ

 ଭାଷି ଗଲା ପାଣି ରେ ସ୍ବପ୍ନ ସବୁ

 ଚଡକ ପଡ଼ିଲା ତା ମୁଣ୍ଡ ଉପରେ

 ମୁଣ୍ଡରେ ହାତଦେଇ କାନ୍ଦିବା ଛଡ଼ା

 କୈ।ଣସି ରାହା ନ ଥିଲା ତାର

 ପୁନଶ୍ଚ ପଥର କରି ଛାତିକୁ

 ସାହସ ବାନ୍ଧିଲା ମନରେ

 ଅଣ୍ଟା ଭିଡି ବାହାରି ପଡ଼ିଲା

 ଚଷିଲା ଚାଷଜମି ,ଭାବିଥିଲା

 ମୁଗ ଗଣ୍ଡେ ବୁଣିକି ଭରଣା କରିବ କ୍ଷତି

 ତା'ର ବୋଝକୁ ହାଲୁକା କରିବ

 ହେଲେ ସେ ବି ସହିଲା ନି

 ଗଜା ନ ହେଉଣୁ ଲଗାତାର ବର୍ଷା

 ସଢିଗଲା ସବୁ ବିହଣ ଶଢିଗଲା ଅଦିନାଆ ବର୍ଷାରେ

 ପଡିଲା ବୋଝ ଉପରେ ନଳିତା ବିଡା

 ଋଣ ବୋଝ ରେ ମେରୁଦଣ୍ଡ ସଳଖି ପାରିଲାନି

 ସ୍ବ ହସ୍ତେ ତା ଜୀବନ ନାଶିବାର

 ରାସ୍ତା ହିଁ ଦିସୁଥିଲା ତାକୁ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy