ଗୁରୁ ତତ୍ବ
ଗୁରୁ ତତ୍ବ
ଗୁରୁ ନୁହେଁ ଏକ ଶବ୍ଦ,ଏଇ ଏକ ତତ୍ବ
ଏଇ ସାକାର ନୁହେଁ ନିରାକାର
ଆବଦ୍ଧ ନୁହଁନ୍ତି
କେଉଁ ରୂପ,ଗୁଣ ବା ସୀମା ଭିତରେ
ସେ ଗୁଣାତୀତ,ରୂପ ବର୍ଜିତ
ଯିଏ କାଉରି କାଠିର ସ୍ପର୍ଶରେ
ଆଉ ଗୋଟିଏ ପ୍ରତିରୂପ ଗଠନ କରନ୍ତି
ଅଜ୍ଞାନ ରୂପକ ଅନ୍ଧକାରରୁ ଆଲୋକ ଦେଖାନ୍ତି ସେ ହେଉଛନ୍ତି ଗୁରୁ ।
ଗୁରୁ ,
ତାଙ୍କ ଆସ୍ଥାନ ବି ବହନ କରେ ଗୁରୁତ୍ବ
ଉଚ୍ଚସ୍ଥାନେ ଅବସ୍ଥିତ ବୋଲି ସିନା
ନିର୍ଝରଣ ହୁଏ କରୁଣା ଓ ଆର୍ଶୀବାଦ
ଯାହା ପାଇଁ ସିନା
ଦୁର୍ଗମ ପଥ ବି ହୁଏ ସହଜ ସରଳ ।
ତତ୍ବକୁ ଜାଣି ସିନା ଏକଲବ୍ୟ
ପ୍ରତୀକ ସାଧନାରେ ସିଦ୍ଧି ।
ସଦଗୁରୁଙ୍କ ଗୁରୁତ୍ବରୁ ହିଁ
ବିଶ୍ବ ଦରବାରରେ ପରିଚିତ ଅର୍ଜୁନ
ଧନୁର୍ଦ୍ଧର ନାମେ
ଗୁରୁ ବିନା କି ସତ୍ତା ବା ତାଙ୍କର?
ଶିବାଜୀ ଯଦି ଛତ୍ରପତି,
ତେବେ ସମ୍ଭବ କେବଳ ସମର୍ଥ ରାମଦାସ ପାଇଁ
ମୁଁ 'ତ୍ବର ବର୍ଜନ ଓ ସମର୍ପଣରେ ହିଁ
ପ୍ରାପ୍ତି ହୁଏ ଗୁରୁ କୃପା
ଆଶୀର୍ବାଦ ପ୍ରାପ୍ତି ପାଇଁ ଲୋଡା ପଡେ ପାତ୍ରତା
ପାତ୍ରତା ତିଆରି କରିବା ଆମ ଉପରେ
ପାତ୍ର ଓଲଟା ନା ସିଧା ତାହା ବି ଆମ ଉପରେ
କାହିଁକି ନା,
ସେ ତ ସର୍ବଦା ପ୍ରବାହିତ କରନ୍ତି କରୁଣାର ଧାରା ।