STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ଆଶାର ନୂଆ ସକାଳ

ଆଶାର ନୂଆ ସକାଳ

1 min
346

ସ୍ନିଗ୍ଧ ମଳୟର ନବ ଗୁଞରଣ

ମହମହ ବାସ୍ନାରେ ବାସ୍ନାୟିତ

ନୂଆ ସକାଳ

ନୂତନ ଆଶା ଓ ଉଦ୍ଦୀପନା ର ଉତ୍ସ

ସେ ନୂଆ ସକାଳ

ଆଶାର କିରଣ ସର୍ବତ୍ର ବିଚ୍ଛୁରିତ

ସାକାର କରିବାକୁ ହେବ ସେହି ଇଚ୍ଛା ସ୍ରୋତ

ମନରେ ଭରିବାକୁ ହେବ

ଆଉ ଏକ ଅଭିନବ ପ୍ରୟାସ ।


କାଲି ପର୍ଯ୍ୟନ୍ତ ଯାହା ଥିଲା ହୁଏତ ନିରର୍ଥକ

କିନ୍ତୁ ଆଗାମୀ କାଲିର ନୂଆ ସକାଳ

ପ୍ରତି ପ୍ରାଣେ ଭରିଦେଉ ନୂଆ ଉମଙ୍ଗ

ଅପସରି ଯାଉ ରୋଗ ଶୋକ ଦୁଃଖ ।


ଅନିତି, ଅତ୍ଯାଚାର ମୁକ୍ତ ହେଉ

ଆଗାମୀ ନୂଆ ସକାଳ

ନରହୁ ଅସୂୟା, ଘୃଣା, ଅହଂକାର

ନଘଟୁ ଅଘଟଣ

ଯାହାପାଇଁ ପୁଣି ଅବଶୋଷ କରିବାକୁ

ଖୋଜିବାକୁ ନ ପଡୁ ଆଉ ଏକ ଜୀବନ ।


ଶିକ୍ଷା ଓ ସ୍ବାସ୍ଥ୍ୟ ହେଉ ସବୁରି ଉନ୍ନତିର ମୂଳମନ୍ତ୍ର

ଏ ଦେଶର ଆର୍ଥିକ ସ୍ଥିତି ହେଉ ସୁଦୃଢ

ହିଂସା ହତ୍ୟା ରାହଜାନି ହୋଇଯାଉ ବିଲୁପ୍ତ

ରାଷ୍ଟ୍ର ହେଉ ଭ୍ରଷ୍ଟାଚାର ମୁକ୍ତ

ବେକାରି, ଦାରିଦ୍ର୍ୟତାର ହେଉ ପତନ

ନରହୁ ଉଚ୍ଚ ନୀଚ୍ଚ ଭାବ

ଏଠି ଆମେ ପରା ସଭିଏଁ ସମାନ ।


ମହା ଦୁର୍ବିପାକ କରାଳ କରୋନା ହେଉ ବିନାଶ

ସମ୍ଭାଳି ରଖ ତୁମ୍ଭ ସୃଷ୍ଟି ଆହେ ପ୍ରଭୁ ମହାନାୟକ ।


ଦୟା, କ୍ଷମା, ସ୍ନେହ, ଶାନ୍ତି, ମୈତ୍ରୀ, ପ୍ରୀତି ହେଉ

ସବୁରି ପ୍ରାଣେ ଜାଗ୍ରତ

ହସିଉଠୁ ଧରଣୀ ନବ ସୂର୍ଯ୍ୟର କିରଣରେ

ହସିଉଠୁ ନୂଆ ପ୍ରଭାତ!

! ସ୍ଵାଗତ ହେ ନବ ବର୍ଷ - ୨୦୨୩ !



Rate this content
Log in

Similar oriya poem from Abstract