କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ
କାହିଁକି ଗଢ଼ିବି ମୁଁ ଅନୁଷ୍ଠାନ
ଅନୁଷ୍ଠାନ ସିନା ବାଣ୍ଟେ ପ୍ରେମ ର ପୀୟୂଷ
ଆଦର , ସୌହାର୍ଦ୍ଦ୍ୟ , ଶ୍ରଦ୍ଧା , ସେନେହ , ବିଶ୍ୱାସ ।
ପ୍ରୀତି ମଧୁରିମା ଧାରେ କରେ ବିଧଉତ
ଅଜ୍ଞାନ ଅନ୍ଧାର , ତମ ନାଶିବା ସହିତ ।
ଆନୁଷଙ୍ଗିକ ସମସ୍ୟା ସମାଧାନ ପାଇଁ
ଆଲୋଚନା ମାଧ୍ୟମ ରେ ଥାନ୍ତି ମତ ଦେଇ ।
ଜୀବନେ ଦିଏ ସେ ବହୁ ଅଭୁଲା ପ୍ରେରଣା
ଆନନ୍ଦ , ଉଲ୍ଲାସ ଦିଏ ଜନ ମନ ଜିଣା ।
ସାମୁହିକ , କଲ୍ୟାଣ ର ସାଧନ ଉଦ୍ଧେଶ୍ୟ
ଘେନି ନୂଆ ଅନୁଷ୍ଠାନ ହୁଏ ସୁପ୍ରକାଶ ।
ନିସ୍ୱ।ର୍ଥ ଭାବ ରେ ଯହିଁ ହୋଇ ସମ୍ମିଳିତ
ସାଧନ୍ତି , ମାନବେ ଦେଶ , ଦଶ ର ସୁହିତ ।
ସେହି ହିଁ ଅଟଇ ସୁପ୍ରକୃତ ଅନୁଷ୍ଠାନ
ଅବିରତ ହିତ , ସାଧି ସମାଜ କଲ୍ୟାଣ ।
ପାଈଁ ବ୍ରତୀ ରହି ଥାଏ ସିନା ଅନୁଷ୍ଠାନ
ଖ୍ୟାତି ବା ପ୍ରଶଂସା ପାଇଁ ନୁହେଁ ପ୍ରୟୋଜନ ।
ଛୋଟ ଅବା ବଡ଼ ହେଉ ସାଧଇ ସେ ହିତ
ଆପଣା ଉଦ୍ଧେଶ୍ୟ ଘେନି ହୁଅଇ ନିର୍ମିତ ।
ବ୍ୟକ୍ତିର ବ୍ୟକ୍ତିତ୍ଵ ଆଉ ପ୍ରତିଭା , ସାମର୍ଥ୍ୟ
ବିବର୍ଧନ , ପ୍ରସ୍ଫୁଟନ , ବିକାଶ ନିମିତ୍ତ ।
ଶକ୍ତିର , ଜାଗୃତି ଭାବ ଅନୁଭୁତି ରାଶି
ପ୍ରେରଣା ପ୍ରଦାନ କାରୀ ସଦସ୍ୟ , ସମଷ୍ଟି ।
ଘେନି ଗଢ଼ା ହୋଇ ଥାଏ ନାନା ଅନୁଷ୍ଠାନ
ଯା ' ମାଧ୍ୟମେ ପୂର୍ଣ୍ଣ ହୁଏ ବ୍ୟକ୍ତି ମନସ୍କାମ ।
ବ୍ୟକ୍ତି - ଅନ୍ତ - ସାମର୍ଥ୍ୟ ଓ ପ୍ରତିଭା ସମ୍ଭାର
ଅନୁଷ୍ଠାନ ହେତୁ ସିନା ହୁଅଇ ଭାସ୍ୱର ।
ଅନୁସନ୍ଧାନୀ କରାଏ ମାନବ ଚେତନା
ଉନ୍ନତି ଦିଗରେ ପୁଣି ଯୋଗାଏ ପ୍ରେରଣା ।
ଶିକ୍ଷା, ସ୍ବାସ୍ଥ୍ୟ, କଳା , ଆଉ ସଂସ୍କୃତି , ଔତ୍କର୍ଷ୍ୟ
ପ୍ରକାଶ୍ୟ ଭାବରେ ଯାହା କରଇ ସାହାର୍ଯ୍ୟ ।
