STORYMIRROR

Birakishore Nayak

Classics

4  

Birakishore Nayak

Classics

ଭାବରେ ଖୋଜୁଛି ଭାବମଣିକୁ

ଭାବରେ ଖୋଜୁଛି ଭାବମଣିକୁ

1 min
241


ଗୋପପୁର ଜହ୍ନ ହେ ଜଗମୋହନ

     ନିତି ଝୁରେ ରାଧା ତୁମରି ପ୍ରୀତି,

ଅପ୍ରାକୃତ ପ୍ରେମ ଭାବେ ବିଭୋରିତ 

    ଖୋଜେ ଭାବମଣି କରି ବିନତୀ |

ଭାବେ ଧରାଦିଅ ଅଭାବକୁ ଦୂର

ଭକତବାନ୍ଧବ ହେ କଳାଠାକୁର,

ମୀରା ଭାବେ ତୁମେ ହୋଇଥିଲ ବନ୍ଦୀ

    ଭରି ତା ହୃଦୟେ କୃଷ୍ଣ ଭକତି |

ରାଧା ଖୋଜିବୁଲେ ତମାଳ ବନରେ

ତୁମେ ଡାକ ଯେବେ ବଇଁଶୀ ସ୍ଵନରେ,

ତୁମେ ତ ଛଳିଆ ଭାବବିନୋଦିଆ

    ଦେଖ ରାଧା ଲୁହ ଡାଳରେ ଲୁଚି |

ଯୁଗେ ଯୁଗେ ଏହି ଭାବର ବନ୍ଧନ

ବନ୍ଧା ଯେ ହୁଅନ୍ତି ଭକ୍ତ ଭଗବାନ,

ଭାବରେ ଖୋଜୁଛି ମୋ ଭାବମଣିଙ୍କୁ

   ଭାବୁଛି ଦେବେ ସେ ମୋତେ ମୁକତି |


    





     

     


Rate this content
Log in

Similar oriya poem from Classics