Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Abstract Classics Inspirational

4  

Raja Sekhar CH V

Abstract Classics Inspirational

ବିଶ୍ୱନାଥ ଆମର ବିଶ୍ୱଜନୀନ

ବିଶ୍ୱନାଥ ଆମର ବିଶ୍ୱଜନୀନ

1 min
250


ବିଶ୍ୱନାଥ ଆମର ବିଶ୍ୱଜନୀନ,

ସର୍ବେଶ୍ୱର ଆମର ସର୍ବଜନୀନ,

କରନ୍ତୁ ନାଥଙ୍କର ଚିନ୍ତନ ମନନ,

ଆଶ୍ୱସ୍ତ ରହିବ ଆମ ମାନସ ମନ ।


ଯାବଜ୍ଜୀବନ ରହିବନି ଯୌବନ,

କ୍ଷଣଭଙ୍ଗୁର ଯେ ଅମୁଲ୍ୟ ଜୀବନ,

ଆସିବେ ଅନେକ ପ୍ରକାର ଉତ୍ପୀଡ଼ନ,

ସହନଶକ୍ତିକୁ ସର୍ବଦା ଦିଅନ୍ତୁ ଆସ୍ଥାନ ।


ସଦା ପ୍ରଶ୍ରୟକୁ କରନ୍ତୁ ଗୁରୁତ୍ୱପ୍ରଦାନ,

ସତ୍କର୍ମ ସଦାଚାରକୁ ଦିଅନ୍ତୁ ସମର୍ଥନ,

ନିଶ୍ଚୟ ସୁରକ୍ଷା କରିବେ ଚକାନୟନ,

ଦୁଃଖଦାୟକ ବେଦନା କରିବ ପ୍ରସ୍ଥାନ ।


Rate this content
Log in