Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics

4  

Kishore Nayak

Classics

ଏ ଜୀବନ ଚଲାବାଟେ

ଏ ଜୀବନ ଚଲାବାଟେ

1 min
305


ଏ ଜୀବନ ଚଲାବାଟେ 

କେତେଯେ ଘଟଣା ଘଟେ 

କିଛି ରୁହେ ମନେ କିଛି ଯାଏ ଲୁଚି 

କିଛି କଥା ପୁଣି ମନ କାଗଜରେ 

ତଥାପି ତ ଥାଏ ବଞ୍ଚି l


ଅତୀତ ପଡଇ ମନେ 

ନୀରବ ନିର୍ଜନେ 

କିଛି ଦିଏ ଖୁସି କିଛି ଦିଏ ଦୁଃଖ 

ସ୍ମୃତି ମାନସରେ କେବେ ହସଟିଏ ଚାଲି ଆସେ 

ପୁଲକରେ ଯାଏ ଭରି ମୁଖ l


ଭାବନାରେ ଆସେ ଫେରି 

ଅନୁତାପେ ଯାଏ ଭରି 

ବିଗତ ଦିନର ଯେତେ ସବୁ ତ୍ରୁଟି 

ଇଚ୍ଛା ହୁଏ ଲୋଡିବାକୁ କ୍ଷମା ଥରେ ମାଗିବାକୁ 

ସମୟ ସୁଅରେ ସବୁ ଯାହା ଥିଲା ଘଟି l


ଯେତେ ମାନ ଅଭିମାନ 

ଆତ୍ମଗ୍ଳାନି ଆତ୍ମଜ୍ଞାନ 

ବେଳେବେଳେ ଜୀବନରେ ଆଣେ ପ୍ରଶ୍ନବାଚୀ

ବଞ୍ଚିବାର ଆତ୍ମଚେଷ୍ଟା ସଂଘର୍ଷର ପରାକାଷ୍ଠା 

ଭରିଦିଏ ଅଭିଜ୍ଞତା ଜୀବନରେ କିଛି l


ହସ ଲୁହ ଭରା ଏଇ

ଏ ଜୀବନ ଚଲାଭୂଇଁ 

କେବେ ଖୁସି କେବେ ପୁଣି ଦୁଃଖର ଜ୍ବଳନ 

ପରିସ୍ଥିତି ଉହାଡରେ ସମୟର ତାଡ଼ନାରେ 

ସବୁ ଆଶା ଅଭିଳାଷ ପଡଇ ମଳିନ l


ଧୈର୍ଯ୍ୟ କେବେ ସୌର୍ଯ୍ୟ ହୋଇ 

ସଫଳତା ଆଣେ ବହି 

ବଦଳାଏ ଜୀବନର ବଞ୍ଚିବାର ଧାରା 

ସ୍ଥିତପ୍ରଜ୍ଞ ଅନୁଭୂତି ଦୃଢ ଲକ୍ଷ୍ୟ ଦୃଢ ମତି 

ଭରିଦିଏ ଜୀବନରେ ଖୁସିର ପସରା l


ଲକ୍ଷ୍ୟ ନେଇ ଜୀବନରେ 

ଚାଲିବାକୁ ହେବ ଥରେ 

ସଂଘର୍ଷମୟ ଏଇ ଜୀବନର ବାଟ 

ଦୃଢ ଇଚ୍ଛା ଦୃଢ଼ ମତି ବଢ଼ାଇଲେ ଆତ୍ମଶକ୍ତି 

ସଫଳତା ସଙ୍ଗେ ଦିନେ ନିଶ୍ଚେ ହେବ ଭେଟ l


Rate this content
Log in

Similar oriya poem from Classics