STORYMIRROR

Chittaranjan Nanda

Abstract Classics Others

4  

Chittaranjan Nanda

Abstract Classics Others

ନାହିଁ ଲୋଡା ଏବେ ନୀରବତା

ନାହିଁ ଲୋଡା ଏବେ ନୀରବତା

1 min
224


ଗଢ଼ିବାର ନିଶା ଆଗକୁ ବଢାଏ

ପରଦ୍ୱେଷ ନିଶା ତ ଉଜାଡି ଦିଏ ।


ଗଢ଼ିବାର ନିଶାରେ ମିଳେ ସୁଫଳ

ହିଂସା, ଦ୍ବେଷ, ନିଶା ହୁଅଇ କାଳ ।


ଦେଶଭକ୍ତର ସିନା ଜୀବନ ଚାଲିଯାଏ

ସବୁଦିନ ପାଇଁ ସିଏ ଆମ ମନେ ରୁହେ ।


ଧନ ପାଇବାର ନିଶା ଅନ୍ଧ କରାଏ

ସେ ନିଶାରେ ମଣିଷ ବିପଥଗାମୀ ହୁଏ ।


ଦେଶରେ ଟାଉଟର ନେତାଙ୍କ,

ଦେଖ ଦେଖାନ୍ତି ଭାଉ ଅନେକ ।


ନିଜର ସ୍ଵାର୍ଥରେ ଗତି ତାଙ୍କର 

ଲାଞ୍ଚ ମିଛେ କରନ୍ତି ରୋଜଗାର ।


ଖାଇ ଖାଇ କି ବୋଲାନ୍ତି ଦାତା 

ଦେଶ ପାଇଁ ନାହିଁ ଟିକେ ମମତା ।


ରହେ ଈର୍ଷାମୟ ରାଜନୀତିରେ ,

ଦ୍ଵେଷ ସୃଷ୍ଟି କରନ୍ତି ସମାଜରେ ।


ଭୋଟର ମାନଙ୍କୁ ସମ୍ମାନ ନାହିଁ 

ମଣିଷ ପ୍ରତି ଟିକେ ଭକତି ନାହିଁ ।


ଦେଶେ କେମିତି ଆସିବ ଏକତା

ଭାବିଲେ ସବୁ ଭେଦଭାବ କଥା ।


ନାହିଁ ଯେବେ ଗାଁ ଦେଶର ମୋହ

ଆଣଇ ହୃଦୟ ଭିତରେ କୋହ ।


ଲାଗୁନି ତୁମ ମନେ ଭଉଣୀ ଭାଇ

ଅବସାଦରେ ମନେ ବ୍ୟଥା ଦିଅଇ ।


୨୦୨୨ର ସ୍ମୃତିକୁ ଭୁଲି ନୂଆ ବରଷ ରହୁ

ପ୍ରେମର ନିଆରା ଭାବ ଆମର ହେଉ ।


ପଢା ନିଶାକୁ ଜଗା ମନ ମଧ୍ୟର

ଦେଶ ସମାଜ ସେବାକୁ ଦୃଢ କର ।


ନାହିଁ ଲୋଡା ଏବେ ତୁମ ନୀରବତା

ବୈପ୍ଳବିକ ନିଶାକୁ କରିବା ସାଇତା ।


Rate this content
Log in

Similar oriya poem from Abstract