STORYMIRROR

Yudhisthir Khamari

Tragedy Action Classics

3  

Yudhisthir Khamari

Tragedy Action Classics

ଅବଶୋଷର ଧୂଆଁ

ଅବଶୋଷର ଧୂଆଁ

1 min
194

ମଣିଷ ମାତ୍ରକେ ତ ଇଚ୍ଛା ଆକାଂକ୍ଷା

ଅନେକ ସ୍ଵପ୍ନ ନେଇ ବଞ୍ଚେ

ତାକୁ ସାକାର କରିବାକୁ ବି ସର୍ବୋତ୍ତମ ପ୍ରଚଷ୍ଟା କରେ

ହେଲେ ଆକାଂକ୍ଷିତ ବସ୍ତୁ ନ ପାଇଲେ

ଅବଶୋଷ ରହେ ନିଶ୍ଚୟ ମନରେ

କେତେବେଳେ ମଣିଷ ଅଭିଷ୍ଟ ପୁରଣ ପାଇଁ 

ବାଜି ଲଗାଏ ଜୀବନକୁ

ତାପରେ ବି ନ ମିଳିଲେ ଅବଶୋଷ ର ଧୂଆଁ କୁହୁଳେ

ଯେମିତି କୃଷ୍ଣା କୁ ନ ପାଇବାର ଅବଶୋଷ ହିଁ

ବିବଷ କରିଥିଲା ଦୁର୍ଯ୍ୟୋଧନ କୁ

ଭରା ସଭାରେ ବିବସନା କରିବା ପାଇଁ

ନିଜ ଅଧିକାର ନ ପାଇବାର ଅବଶୋଷ

ପ୍ରତିଜ୍ଞା ନେବାକୁ ବାଧ୍ୟ କରିଥିଲା ଭୀମକୁ

ଶତ କୈ।ରବକୁ ଧୂଳି ଚଟାଇବାକୁ

ପରିଣାମ ଯାହା ବି ହେଉ 

ଅବଶୋଷ ର ଧୂଆଁ କୁହୁଳେ ଯେତେବେଳେ

ତାରି ଅଗ୍ନିସ୍ଫୁଲିଙ୍ଗରେ ଛାରଖାର କରିଦିଏ ସବୁକିଛି

ଦେହର କ୍ଷୁଧା ମେଣ୍ଟାଇବା ର ଅବଶୋଷ ପାଇଁ

ମଣିଷ ଖସିଯାଏ ପଶୁତ୍ବ ଆଡ଼କୁ

ଧୂଆଁ କୁହୁଳି ନିଆଁ ହୋଇଗଲେ

ପାରେନି ନିଜକୁ ସୀମା ସରହଦେ ରଖିବାକୁ

ହରାଏ ବିବେକ ପଣିଆ

ଶୁଣି ପାରେନାହିଁ ତା ନିଜ ଅନ୍ତସ୍ବର

ଶେଷ ପାଲଟି ଯାଏ ଜାନୁଆର 

ଯୈ।ନ ପିପାସା ମେଣ୍ଟାଇବା ପାଇଁ

ଅବଶୋଷ କୁ ଚରିତାର୍ଥ କରିବା ପାଇଁ ।

ଅବଶୋଷ କେବେ ତୁଷ୍ଟି କରିପାରେ ନି ମନକୁ

ନିଜର ପ୍ରାପ୍ତି ସୀମା ଭିତରେ ସିମିତତା ହିଁ

ଆଣେ ଶାନ୍ତି ମନ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy