STORYMIRROR

Manas Ranjan Nayak

Tragedy

3  

Manas Ranjan Nayak

Tragedy

ଶେଷକୃତ୍ୟ

ଶେଷକୃତ୍ୟ

1 min
140

କିଛିଲୋକ ନିଜ ଭାଗର କାଳଖଣ୍ଡ ପରେ ବି ଜୀଇଁ ରହନ୍ତି

ଲାଭ ଲୋଭର ସଂସାରରେ ସଭିଏଁ ତାଙ୍କୁ ଏବେ ଝୁରି ହୁଅନ୍ତି

ଜୀବନ ଜୀବିକାର ଜଞ୍ଜାଳରେ ଆୟୁଷ ଏଠି ନିଅଣ୍ଟ ପଡେ

କ୍ବଚିତ କେହି ଜଣେ ଆୟୁଷଠୁ ଲମ୍ବା, କର୍ତ୍ତବ୍ଯର କଡି ଯୋଡେ। 


ତାମ୍ରଧ୍ବଜ ନାଁରେ ହିଁ ପ୍ରକମ୍ପିତ ହୁଏ ଆଧ୍ଯାତ୍ମିକତାର ଭାବ

ନିରୁତା ଅଧ୍ଯବସାୟରେ ସାଧିଲେ ସେ ମାନବତ୍ବର ଜବାବ

ଚାଷକୁ ବେଉସା କରି ବି ଗଢିଦେଲେ ଏକ ପ୍ରଶାନ୍ତି ନିବାସ

ବଳିଷ୍ଠ ବ୍ଯକ୍ତିତ୍ବ ସାଥେ ସମାଜ ଗଢିବାର ସଂସ୍କାରୀ ପ୍ରୟାସ। 


ସ୍ବାର୍ଥାନ୍ବେଷୀ ସଂସାରରେ ସଭିଏଁ ଏବେ ସାଜନ୍ତି ଆତ୍ମକୈନ୍ଦ୍ରିକ

ନିଜ ଗାଁ ଅସ୍ମିତାକୁ ଶ୍ରେୟ ମଣି, ଜୀବନ କାଟିଲେ ସାମଗ୍ରୀକ

ଭାବ ଭକ୍ତିର ସମୁଜ୍ଜ୍ଵଳ ଚରିତ୍ରଟେ, ଚେତନାରେ ଛଳଛଳ

ଅବର୍ତ୍ତମାନରେ ଆଜି ମନେପଡେ ହାତଛୁଆଁ ଭାବବିହ୍ୱଳ। 


ଫି ବର୍ଷ ଭଳି ଆଗକୁ ଆସୁଛି ତାଙ୍କ ମହାମାୟୀ ମା'ର ପକ୍ଷ

ମହାକାଳର ବିଡମ୍ବନା ଏଥରକ ତାଙ୍କ ଶେଷକୃତ୍ୟ ସାକ୍ଷ । 

   

ଦିବଂଗତଙ୍କୁ ସାଶ୍ରୁ ଶ୍ରଦ୍ଧାଞ୍ଜଳି.......

ଜଣେ ପୁତ୍ର ପ୍ରତିମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy