STORYMIRROR

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ପାର୍ବଣରେ ପୁଣ୍ୟ

ପାର୍ବଣରେ ପୁଣ୍ୟ

1 min
152

ଜୀବନ ଲୋଡେ ଦେହଟିଏ

ନା ଦେହ ଭୋଗେ ଜୀବନଟିଏ? 

ପ୍ରଜ୍ଞା କହେ, ପରିପୂରକତାରେ

ପୂତ ଓ ପ୍ଳାବନ ସିଏ। 

ଗତିଶୀଳତା ନା କିଛି ଉତ୍ତରିତ

ଆଶ୍ଳେଷ ଏ ଜୀବନ? 

ଜନ୍ମ ମୃତ୍ଯୁର ନିତ୍ଯ ଚଳନ,

ଅବଧାରିତ ଆବର୍ତ୍ତନ । 


ସମୟର ଉଜାଣି ସୁଅରେ

ସଭ୍ଯତା ନାବ ଭାସମାନ

ଦୁର୍ଗତି ପ୍ରଗତିକୁ ପାଲଟାଣି,

ଚେତନାଟି ଧାବମାନ। 

ବୁଝିଛି ସେ ପାପ-ପୁଣ୍ୟ,

ଧର୍ମ-ଅଧର୍ମର ସ୍ବକୀୟ ସଂଜ୍ଞା

ଆଚରିଛି ଦାନ-ଧ୍ଯାନ,

ପ୍ରାର୍ଥନା-ପାର୍ବଣର ନବ ପ୍ରଜ୍ଞା। 


ଜୀବନ ନାଟକ ପ୍ରତୀତ

ଏବେ ଉତ୍ସବୀୟ ନବରଙ୍ଗ

ବଦଳେ ପ୍ରଥା ପରମ୍ପରା,

ବିସ୍ମୃତ ସେ ତାଳ ଓ ମୃଦଙ୍ଗ। 

ରହିଛି ସଂସ୍କୃତିର ଛାଇ ଭଳି

ଦେବୀ ପୂଜନର ଧାରା

ସମର୍ପଣ ନୈବେଦ୍ଯର ବ୍ଯତିରେକେ

ସଗର୍ବେ ପଥହରା। 


ପ୍ରତି ମୁହୂର୍ତ୍ତେ ଜନ୍ମେ ମାନବ,

ହେଲେ ଅପ୍ରାପ୍ତ ମାନବତ୍ବ

ମଣିଷ ହିଁ ତ ଜିଉଥାଏ

ମହିଷା ରାବଣର ଅସ୍ତିତ୍ବ । 

ଭେରି ତୂରୀ ବଜାଇ ଫି ସାଲ

କରୁଛି ଦେବୀ ଆବାହନୀ

ବଧିର କି ରେ ଶୁଣିବାକୁ,

ଅନ୍ତର୍ମନ କ୍ଷୀଣ ପ୍ରତିଧ୍ବନି? 


ଦେବ ଦାନବର ମାର୍ଜିତ

ଉପାଦାନେ ଗଢା ହୁଏ ନର

ସାଧନାରେ ମିଳିବ ନିତ୍ଯ

ଦିବ୍ୟ ଅତିମାନବୀୟ ସ୍ତର । 

ପାରିବ ସେ ଲଙ୍ଘି ଭୈତିକରୁ

ଶାଶ୍ବତ, ଦିବ୍ୟ ଅନୁଭବ

କେଯାଏଁ ଲୋଡିବ ଆଉ

ମାଟିରେ ଜଗନ୍ମୟୀ ଆବିର୍ଭାବ? 


ବିତିଛି ଏଯାଏଁ ଆୟୁଷ,

ଭୋଗ ଭାଗ ପ୍ରାପ୍ତି ଅନ୍ବେଷଣେ

ଭିକାରୀ ବେଲାରେ ମୁଦ୍ରାଟେ

ରଖିବାକୁ ଚାହିଁଛି କି କ୍ଷଣେ? 

ପାର୍ବଣ ଉଚ୍ଚାଟେ, ପୁଣ୍ଯ ଅର୍ଜନରେ

ଅଳୀକେ ସେ ଉଲ୍ଲସିତ

 ହୃଦ ମନ୍ଦିରେ ଜାଳିଲେ ଦୀପାଳି

ରାହା ହେବ ଆଲୋକିତ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics