STORYMIRROR

Manas Ranjan Nayak

Classics Inspirational

3  

Manas Ranjan Nayak

Classics Inspirational

ଦେବୀପକ୍ଷ

ଦେବୀପକ୍ଷ

1 min
174

ଜଗତବାସୀ ଜାଗିବା ପୂର୍ବରୁ ପ୍ରକୃତି ରାଣୀଉଲ୍ଲସିତ

ଶାରଦୀୟ ନୀଳମେଘ ସହ ଭବ୍ୟ କାଶତଣ୍ଡୀ ପୁଲକିତ

ଦେବୀପକ୍ଷରେ ଉଚ୍ଚାରିତ ହୁଏ ପ୍ରାର୍ଥନାର ପାର୍ଥିବ ମନ୍ତ୍ର

ଆଚରଣେ ଉତ୍କଟ ଅଭାବ, ଚେତନାରେ ସ୍ବାଧୀନ ସ୍ବତନ୍ତ୍ର । 


 ସୁସଜ୍ଜିତ ତୋରଣ, ଚିକ୍ ମିକ୍ ରଙ୍ଗୀନ୍ ଆଲୋକର ଆଭା

ମୃଣ୍ମୟୀ ମେଢରେ ଆଶୀର୍ବାଦ ମୁଦ୍ରାରେ କି ସ୍ବୟଂ ଦେବୀ ଉଭା ! 

ମାନବ ହିଁ ମହିଷାସୁର ସାଜି, ସାଧୁଛି ପ୍ରବୃତ୍ତି କୁତ୍ସିତ

ସର୍ଜନାର ଆଦ୍ୟଶକ୍ତି କିବା ନିଃସର୍ତ୍ତ ବରଦାନରେ ପ୍ରୀତ? 


ଶକ୍ତିପୀଠେ ମହାଆଡମ୍ବରେ ଚାଲୁଛି ଷୋଡଶ ଉପଚାର

ଜୀବନ ଯଜ୍ଞରେ ଆହୁତି ନେଉଛି କି ବିବତ୍ସ ବ୍ଯଭିଚାର? 

ନିଉଛୁଣା ଇନ୍ଦ୍ରିୟ ଉଚ୍ଚାଟରେ ପ୍ରକମ୍ପେ ଦେବୀ ଆବାହନ

ସୁରା ସଙ୍ଗୀତ ରେ ଉନ୍ମତ୍ତ, ହାସ୍ୟାତ୍ମକ ନୁହେଁକି ବିସର୍ଜନ? 


ଆଧ୍ଯାତ୍ମିକତାରେ ଆଚ୍ଛନ୍ନ ସନାତନୀ ମହାମାୟୀ ପରମ୍ପରା

ବିସ୍ମୃତ କି ରେ ସଂସ୍କୃତି ତୋର, କଳୁଷିତ ଚେତନା ବତୁରା ? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics