STORYMIRROR

Manas Ranjan Nayak

Romance Classics Inspirational

3  

Manas Ranjan Nayak

Romance Classics Inspirational

ପ୍ରତୀକ୍ଷିତ ପ୍ରେୟସୀ

ପ୍ରତୀକ୍ଷିତ ପ୍ରେୟସୀ

1 min
190

ତୁମେ ଫେରିବାର ମଧୁ ବସନ୍ତ

କରେ ପ୍ରାଣକୁ ପୁଲକିତ

ଆବେଗର ବନ୍ଯା ଏବେ ବନ୍ଧ ବାଡ

ଭାଙ୍ଗିବାରେ ବିଚଳିତ। 

ତୁମ ଅଭାବପଣେ ଜୀବନେ

ଦିକି ଦିକି ହୋଇ ଜଳୁଥିଲି

ଜିଉଥିଲି ସିନା, ଜୀବନର

ଆଶ୍ଲେଷ ଟିକକ ଭୁଲୁଥିଲି। 


ଦାମ୍ପତ୍ୟ ଦୁଆତେ ଦିନେ

ସହଭାଗୀତାର ସ୍ଯାହି ଭରୁଥିଲେ

ଦୁଇହଳ ଆଖିରେ ପରିପୂରକତାର

ପାଠ ପଢୁଥିଲେ। 

ସ୍ବୟଂପୁଷ୍ଟ ହେବାକୁ ହିଁ ନିତି

ମୋତେ ଦେଉଥିଲ ପ୍ରବର୍ତ୍ତନା

ନବୁଝି ହୁଁ ମାରୁଥିଲି, ବିରହକୁ କିବା

କିଏ କରିବ କାମନା ? 


ଏକାକୀତ୍ବକୁ ସ୍ବାଧୀନତାର

ଆକାଂକ୍ଷିତ ମନ୍ତ୍ର ବୁଝୁଥିଲି

ତୁମ ଅନୁପସ୍ଥିତିରେ ଅୟୁତ

ଉନ୍ମାଦକୁ ବି ପାଛୋଟିଲି। 

ନଥିଲା କେଉଁଠି ନିରୁତା

ଆତ୍ମୀୟତାର ଆଭାଷ ଟିକିଏ  

ବିଜ୍ଞାନ ବିଜ୍ଞତାରେ ବିଜ୍ଞାପିତ ଏଠି,

ଆହାଃ ରୁ ଉହୁଃ ଟିଏ। 


ପ୍ରେମ ବେଉଷଣେ ପ୍ରାପ୍ତି

ଅମଳର ଲାଗିଛି ପ୍ରତିଦ୍ବନ୍ଦିତା

ତ୍ଯାଗ ତିତିକ୍ଷାରେ ସମର୍ପିତା

ପ୍ରେୟସୀ ହୁଏ ଉପେକ୍ଷିତା! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance