STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶ୍ରୀପଞ୍ଚମୀ

ଶ୍ରୀପଞ୍ଚମୀ

1 min
354

ପବିତ୍ର ପାର୍ବଣ ଛାତ୍ରଛାତ୍ରୀ ପାଇଁ

  ପ୍ରେମ ଭକ୍ତି ଶ୍ରଦ୍ଧା ଯହିଁ,

ବିଦ୍ୟାଦାତ୍ରୀଙ୍କର ପ୍ରେମର ପୂଜନ

  ଅଟେ ଶ୍ରୀପଞ୍ଚମୀ ତହିଁ।


ସ୍କୁଲ ଓ କଲେଜ ସୁସଜ୍ଜିତ ଆଜି

  ହେବ ସରସ୍ୱତୀ ପୂଜା,

କରିବେ ପୂଜନ ପ୍ରେମ ଓ ଶ୍ରଦ୍ଧାରେ

  ବିଣାପାଣୀଙ୍କର ପୂଜା।


ଶୁଭଦିନ ଆଜି ଉତ୍ସାହିତ ସର୍ବେ

  ଗୁଞ୍ଜୁ ଅଛି ଭକ୍ତି ପ୍ରେମ,

ବିଦ୍ୟା ଦେବୀ ସେହୁ ମାତା ବିଣାପାଣୀ

  ଦେବେ ଜ୍ଞାନ ଭକ୍ତି ପ୍ରେମ।


ସବୁ ଗୁଣେ ହେବେ ସମ୍ପନ୍ନ ବିଦ୍ୟାର୍ଥୀ

  କରିବେ ସେ ବିଦ୍ୟା ଦାନ,

ଗୌରବାନିତ୍ଵଟି କରିବେ ରାଷ୍ଟ୍ରକୁ

  ପାଇବେଟି ଜ୍ଞାନ ଦାନ।


ନମଃ ବିଣାପାଣୀ ଧ୍ବନୀ ଗୁଞ୍ଜୁ ଅଛି

  ନମଃ ସରସ୍ୱତୀ ଧ୍ବନୀ,

ପ୍ରେମ ଶ୍ରଦ୍ଧା ଭକ୍ତି ଗୁଞ୍ଜୁ ଅଛି ପୁଣି

  ଗୁଞ୍ଜୁ ଅଛି ମନ୍ତ୍ର ଧ୍ବନୀ।


ଶଙ୍ଖ ଧ୍ବନୀ ଗୁଞ୍ଜେ ହୁଳହୁଳି ପୁଣି

 ମୃଦଙ୍ଗର ତାଳେ ତାଳେ,

ଶୁଭମୟ ହେବ ପବିତ୍ର ଧରଣୀ

 ସୌନ୍ଦର୍ଯ୍ୟର ଶକ୍ତି ବଳେ।


ଦେବୀଙ୍କ ଭକ୍ତିରେ ଧ୍ୟାନମଗ୍ନ ହୋଇ

 ବସିଛନ୍ତି ଛାତ୍ରଛାତ୍ରୀ,

ବିଣାପାଣୀଙ୍କର ପୂଜନ ହେଉଛି

 ଭକ୍ତି ଧ୍ୟାନେ ଛାତ୍ରଛାତ୍ରୀ।


ପଣ୍ଡିତ କରୁଛି ଦେବୀଙ୍କର ପୂଜା

  ମନ୍ତ୍ର ଉଚ୍ଚାରଣ କରି,

ଶ୍ରଦ୍ଧା ଓ ଭକ୍ତିରେ ହାତ ଯୋଡ଼ି ଛନ୍ତି

  ଛାତ୍ରଛାତ୍ରୀ ଧ୍ୟାନ କରି।


ମନବାଞ୍ଛା ତାଙ୍କ ବିଦ୍ୟା ଦେବେ ଦେବୀ

  ବିଦ୍ୟାଦାତ୍ରୀ ବିଣାପାଣୀ,

ଆଦର୍ଶ ମନୁଷ୍ୟ ହୋଇବେ ରାଷ୍ଟ୍ରରେ

  ଜ୍ଞାନ ଦେବେ ବିଣାପାଣୀ।


ସତ୍ୟ ଜ୍ଞାନ ଦେବେ ଧର୍ମ ଜ୍ଞାନ ଦେବେ

  ଦେବେ ଦେବୀ ରାଷ୍ଟ୍ରଭକ୍ତି,

ଉଜ୍ଜ୍ୱଳ ଭବିଷ୍ୟ ଦେବେ ସରସ୍ୱତୀ

  ଦେବେ ଜନ ପ୍ରତି ଭକ୍ତି।


ହିଂସା ଅହଂକାର ଦୂର କରି ଦେବେ

  ଦେବେ ସମଭାବ ମନ୍ତ୍ର,

ଆତ୍ମନିର୍ଭରଟି କରିବେ ରାଷ୍ଟ୍ରକୁ

  ଦେବେ ବିଶ୍ବାସର ମନ୍ତ୍ର।


ଧର୍ମ ଅନୁଷ୍ଠାନେ ପୂଜନ ତାଙ୍କର

  ବିଦ୍ୟା ମନ୍ଦିରରେ ପୂଜନ,

ଜ୍ଞାନୀ କରେ ପୂଜା କବି କରେ ପୂଜା

  ପ୍ରେମ ଶ୍ରଦ୍ଧାରେ ପୂଜନ।


ମୋ ନେତ୍ରେ କଣରେ ଛବି ଦିଶୁ ଥାଉ

  ଆବିର୍ଭାବ ହୁଅ ମାତା,

ଜ୍ଞାନ ଭରି ଦିଅ ହୃଦୟରେ ମୋର

  ଗୁଞ୍ଜୁ ଥାଉ ନିତ୍ୟେ ମାତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract