ଅଭୁଲା ସେ ମୁହୁର୍ତ୍ତ କିଛି
ଅଭୁଲା ସେ ମୁହୁର୍ତ୍ତ କିଛି
ମନେପଡେ ଆଜି ଅତୀତର ସ୍ତୁତି
ବର୍ଷା ଭିଜା ସେଇ ରାତି ।
ଆକାଶ ଅଙ୍ଗନୁ ଝରି ପଡୁ ଥିଲା
ହୀରା ନୀଳା ସୁନା ମୋତି ।
ବାଲ୍ୟ ଚପଳତା ପରିପୂର୍ଣ୍ଣ ସେଇ
ଅଝଟିଆ ପିଲା ଦିନ ।
ନସର ପସରା ପାଣି କାଦୁଅରେ
ନ ମାନେ ଅକଟ ପୁଣି ।
ବରଷା ଆସିଲେ ନାଚି ଡେଗି ପୁଣି
ଆନନ୍ଦିତ ହୁଏ ମନ ।
ମଝି ଗାଁ ଦାଣ୍ଡେ ପାଣି ସୁଅ ଦେଖି
ଖୁସିରେ ଆନନ୍ଦ ମନ ।
ବହି ଖାତା ଚିରି କାଗଜକୁ ଧରି
କାଗଜ ଡଙ୍ଗା ତିଆରେ ।
ପାଣି ସୁଅ ଧାରେ ଡଙ୍ଗାକୁ ଭସାଇ
ସାଙ୍ଗକୁ ବାରତା ଦିଏ ।
ଯୌବନର ପୁଣି ପ୍ରଥମ ପାଦରେ
ଭରିଥୁଲା ଶିହରଣ ।
ଝରଝର ହୋଇ ଅବିଶ୍ରାନ୍ତ ଧାରା
ଅଭୁଲା ପ୍ରଥମ ପ୍ରେମ ।
ନିରବ ନିଥିର ବିଲ ବଣ ଧାରେ
ଅପରୂପ ଏ ଧରିଣୀ ।
ବର୍ଷା ଛୁଆଁରେ ଶିହରୀ ଉଠିଲା
ସବୁଜ ଓଢ଼ଣା ଟାଣି ।
ବିଜୁଳି ଦିଅଇ ଆଲୋକ ରୋଷଣୀ
କରତାଳି ଘଡଘଡି ।
ବେଙ୍ଗୁଲୀ ନାନୀ ଯେ ହୁଳହୁଳି ଦିଏ
ସଖୀ ସାଧବର ରାଣୀ ।
ସୈାନ୍ଦର୍ଯ୍ୟମୟୀ ଏ ପ୍ରକୃତି କୋଳରେ
ଆତ୍ମବିଭୋର ଏ ମନ ।
ବାଡ଼ ବନ୍ଧ କିଛି ନ ମାନିଲା ନଦୀ
କୂଳରୁ ହେଲା ଉଚ୍ଛନ୍ନ ।
ପ୍ରଥମ ସୋପାନ ଯୋୖବନର ଧାରେ
ପହିଲି ବର୍ଷା ପରସ ।
ବର୍ଷାର ଚୁମ୍ବନେ ଧରା ବାସ୍ନାୟିତ
ନୂତନ ସୃଷ୍ଟି ସମ୍ଭାର ।
ଯୁଗାନ୍ତରୁ ଏଇ ପୃଥିବୀ କୋଳରେ
ପ୍ରକୃତି ପୁରୁଷ ପ୍ରେମ ।
ବିପରିତ ଲିଙ୍ଗ ଆକର୍ଷିତ ହୁଏ
ସୃଷ୍ଟିର ଏଇ ନିୟମ ।
ମନ ଦର୍ପଣରେ ଉଦ୍ ଭାଷିତ ହୁଏ
ଭୁଲି ହୁଏ ନାହିଁ ମନୁ ।
ସମୟର ଚୋୖହଦୀରେ ଚିତ୍ରପଟ ଦେଖି
ଶିହରଣ ଖେଳେ ତନୁ ।
ବୟସର ଏଇ ଅପରାହ୍ନେ ପୁଣି
ଆଜି ବି ପ୍ରେମ ସାଇତା ।
ସୁନା ଫରୁଆରେ ରୂପେଲି ଘୋଡଣୀ
ଅଭୁଲା ସେ ମୁହୁର୍ତ୍ତ କଥା ।

