ଦାମୀ ପିଲା ସୁଦାମ
ଦାମୀ ପିଲା ସୁଦାମ
ଚୁଲୁଚୁଳିଆ ପିଲାଟେ, ନାଁ ଅଟେ ତା'ର ସୁଦାମ;
ସାଙ୍ଗ ଟିଏ ଭାରି ଦାମୀ, ଯେମିତି ପାଇଛି ନାମ;
କାମ ତା'ର ସବୁଦିନ, ସପ୍ତାରେ ମଙ୍ଗଳୁ-ସୋମ;
କଥାବାର୍ତ୍ତାରେ ଟିକିଏ, ନ ଥାଏ ଲାଜ ସରମ;
ଆଗ ପଛ ସବୁଆଡେ, ଲୋକ ତା' ଡାହାଣୁ ବାମ;
ସାଙ୍ଗ ମେଳ ବିନା ତା'ର, ହୁଏନା ଖାଦ୍ୟ ହଜମ |
ଲୁହା ଉଠେଇବା ତା'ର, ତ ନିତି ଦିନିଆ କାମ;
ସ୍ନାଚ ଟେକା ଦେଖି ତା'ର, ଟାଙ୍କୁରୀ ଯିବ ଯେ ରୋମ;
ଗୁଳି ବୋଧେ ଭେଦିବନି, ଟାଣ ଏତେ ତା ଚରମ;
ସଭିଙ୍କ ରଖିଛି ଖ୍ୟାତି, ଆଣିଛି କେତେ ସୁନାମ;
ଦୁର୍ଦ୍ଦିନ କାଳେ ସାଙ୍ଗଟେ, କରେ କାମ ସେ ଧରମ;
ଈଶ୍ୱର ଦିଅନ୍ତୁ ସବୁ, ଆଶିଷ ଦେଖି ତା' କରମ |
ପ୍ରେମ ପାଠରେ ସେ ଗଜ, ଏ ତୋର ବଡ ଭରମ;
କିଏ ଲଗେଇବ ତା'ର, କଟା ଘା' ରେ ମଲମ;
ହୃଦ ଦରଜରେ କିଏ, ଦେବ ଯେ ଶେକ ଗରମ;
ଦେହ ଯେତିକି ଶକତ, ମନ ସେତିକି ନରମ;
ସବୁ କଥା ଲେଖିବାକୁ, କାଳି ମାଗେ ମୋ କଲମ;
ଲେଖୁଥିଲେ ଲେଖୁଥିବି, କଲମ ମାଗେ ବିରାମ ।