ଉପେନ୍ଦ୍ର-ଜ୍ୟୋତି; ସ୍ବର୍ଣ୍ଣ ଜୟନ୍ତୀ
ଉପେନ୍ଦ୍ର-ଜ୍ୟୋତି; ସ୍ବର୍ଣ୍ଣ ଜୟନ୍ତୀ
ଆଜି ପରି ଦିବସଟେ, ପ୍ରଭୁ କଲେ ନିର୍ଦ୍ଧାରଣ ;
ଭାବିଲେ ଗଢିବେ ଏକ, ସୁନ୍ଦର ଦମ୍ପତି ଜାଣ ।
ଉପେନ୍ଦ୍ର ପରିଚ୍ଛା ନାମେ, ଜଣେ ଥିଲେ ଏକା ଏକା ;
ପ୍ରାଣଜ୍ୟୋତି ନାମେ ନାରୀ, ତାଙ୍କୁ କରେଇଲେ ଦେଖା ।
ସେହି ନାରୀ ଦେଖି ମନ, ତାଙ୍କ ମନେ ଲାଖିଗଲା ;
ପ୍ରଭୁ ଇଚ୍ଛା ତହିଁ ଜାଣି, କହିଲେ 'ଏଥର ହେଲା' ।
ବ୍ୟବହୃତ ହେଲେ ସିଏ, ପ୍ରଭୁ ଇଚ୍ଛା ଅନୁସାରେ ;
ଏକ ଆରେକ ପାଇଁ ବି, ଭବେ ବଞ୍ଚିଲେ ଈଶ୍ୱରେ ।
ତୁଷ୍ଟ ହୋଇ ସଦାପ୍ରଭୁ, କଲେ ତାଙ୍କୁ ଆୟୁଦାନ ;
ସନ୍ତାନର ପ୍ରାପ୍ୟ ଦେଲେ, ସୁରକ୍ଷିଲେ ପ୍ରତିକ୍ଷଣ ।
ଦାମ୍ପତ୍ୟ ଜୀବନ ତାଙ୍କ, ଦେଖୁ ଦେଖୁ କଟିଗଲା ;
ପଚାଶ ବରଷ ପୁଣି, ଆଜି ଦିନ ପୁରିଗଲା ।
ଈଶ୍ୱର ଇଚ୍ଛା ସାଧନେ, ଦେହ ଆତ୍ମା ଦହିଯାଉ ;
ଜୀବନର ଚଲାପଥେ, ପ୍ରେମ ଧାରା ବୋହୁଥାଉ।
ଏମିତି ଦୁହେଁ ସାଥେ ଯେ, ରହିଥାନ୍ତୁ ଚିରଦିନ ;
ବିଚାର ଦିନେ ପାଆନ୍ତୁ, ଦୁହେଁ ଯେ ଦକ୍ଷିଣେ ସ୍ଥାନ ।

