STORYMIRROR

Amaresh Kumar Hanuman

Inspirational Others

4  

Amaresh Kumar Hanuman

Inspirational Others

ପିତା ଇତିହାସ

ପିତା ଇତିହାସ

1 min
391

ଈଶ୍ୱର ଗଢିଲେ         ତାଙ୍କ ଅନୁରୂପେ

      ଆଦମ ନାମେ ପୁରୁଷ 

ହବା ଅବାଧ୍ୟତା         ଅଭିଶପ୍ତ କଲା

      ଭୋଗିଲେ ପ୍ରତି ଦିବସ l    ll ୧ ll 


କ୍ରୋଧର ଶିକାର        ହେଲେ ଈଶ୍ୱରଙ୍କ 

      ନଥାଇ ବି କିଛି ଦୋଷ

ମୁରବି ଦାୟିତ୍ୱେ        ଅବହେଳା ଯୋଗୁଁ 

      ପାଇଲେ ଦଣ୍ଡ ବିଶେଷ l   ll ୨ ll 


ଅଭିଶାପ ବାଣୀ        ପାଳିବାକୁ ହେବ 

      କାରଣ ଅଛି ଆଦେଶ

ମୁଣ୍ଡ ଝାଳ ତୁଣ୍ଡେ        ମାରିଲେ କାଳେ ତ

      ଈଶ୍ୱର ହେବେ ସନ୍ତୋଷ !   ll ୩ ll 


ନାରୀକୁ ତଦ୍ରୂପ        ମାନିବାକୁ ହେବ

      ଅଭିଶାପ ଉପଦେଶ

ପ୍ରସବି ସନ୍ତାନ         ଉଦ୍ଧାରେ ଆସରି

      ନୋହିବ କି ଆଉ ନାଶ !   ll ୪ ll 


ବାପା ନାମେ ଖ୍ୟାତ     ହେଲେ ପୃଥିବୀରେ

      କରି ନାରୀ ସହ ବାସ

ଦାୟୀତ୍ୱ ଆବୋରି      ପରିବାର ଗଢି 

      ସହିଲେ ସବୁ ସେ କ୍ଳେଶ l  ll ୫ ll 


ପ୍ରତିକୂଳେ ବାପା       ସଦା ଧୈର୍ଯ୍ୟ-ଭରା 

      ହୁଅନ୍ତିନି ସେ ନିରାଶ

ସମସ୍ତଙ୍କ ମନେ        ଆଶା ଭରି ଥା'ନ୍ତି

      କି ଆଶ୍ଚର୍ଯ୍ୟ ସେ ମଣିଷ !   ll ୬ ll 


ପରିବାରେ ବାପା      ସଳିତା ସାଜନ୍ତି

      ବିତରି ଆଲୋକ ହସ

ତଥାପି ବୁଝି ନ        ପାରିଲେ ଦୁନିଆଁ

      ହୁଅଇ କଷ୍ଟ ଅଶେଷ l    ll ୭ ll


ପ୍ରତିଶୋଧ ବାପା       ନିଅନ୍ତିନି କେବେ

       ମନାନ୍ତି କଲେ କେ ରୋଷ 

ପଡିଗଲେ ତୋଳି      ଧରନ୍ତି ଆମକୁ

       ସହନ୍ତି ସବୁ ଆକ୍ରୋଶ l   ll ୮ ll 


କୋହ ବହୁବାର       ଲୁଚାଇ ପାରନ୍ତି

       କରନ୍ତିନି ସେ ପ୍ରକାଶ

ସହିଯା'ନ୍ତି କେତେ      ଝଡଝଞ୍ଜା ଯେତେ

       ସରେ ତହିଁରେ ଆୟୁଷ l   ll ୯ ll 


ବାପା ତ୍ୟାଗ କଥା      କ'ଣ ବଖାଣିବି

       ହେବ ନାହିଁ କେବେ ଶେଷ

ଲେଖି ଲେଖି ଗଲେ     କେତେ ଯେ ହୋଇବ

       ଉପନ୍ୟାସ ଇତିହାସ l   ll ୧୦ ll 


Rate this content
Log in

Similar oriya poem from Inspirational