STORYMIRROR

Amaresh Kumar Hanuman

Romance Fantasy Inspirational

4  

Amaresh Kumar Hanuman

Romance Fantasy Inspirational

ନାରୀ ଅଟେ ସୁଧା କ୍ଷୁଧା

ନାରୀ ଅଟେ ସୁଧା କ୍ଷୁଧା

1 min
919


ଦେଖିବାକୁ କେତେ ରୂପେ ରହିଛି ସେ ନାରୀ

ଝିଅ ବଧୂ ମାଆ ଶାଶୁ ପ୍ରେମିକା କୁମାରୀ

ପ୍ରେମର ସଉଦାଗର ସେ ସାଗର ବାରି

ସେ ଧରା ଝରଣା,ବନ ସେ ଗଗନ ଗିରି |


ଝିଅ ରୂପେ ରହେ ସଦା ବାପାଙ୍କର ପରୀ

ବାପା-ମାଁଙ୍କୁ ପୁଅ ଦିନେ ଦିଏ ପର କରି 

ଶାଶୁଘରେ କିନ୍ତୁ ଝିଅ ରହେ ଝୁରି ଝୁରି 

ବାପ ସ୍ନେହ ପ୍ରେମ କେବେ ପାରେନି ପାସୋରି |


ବଧୂ ରୂପେ ସେ ଦୁହିତା ସେ ସଭିଙ୍କ ଶିରି

ଧୈର୍ଯ୍ୟରେ ସେ ଅସୀମ କେ ନହେବେ ତା' ସରୀ 

ସବୁ ଦୁଃଖ ସାମ୍ନା କରେ ନଯାଇ ଯେ ହାରି

ନଣନ୍ଦ ଦିଅର ହୃଦେ ଦିଏ ସ୍ନେହ ଭରି |


ମାଆ ରୂପେ ନାନା ପାକ କରେ ସେ ତିଆରି 

ଆରିସା କାକରା ବାଟି ସେ ଚାଉଳ ବିରି

ପୁଣି କରେ ତହିଁ ମିଠା ଛେନା ପୁରୀ-କ୍ଷୀରି

ଅଳିଅଳି ପେଟ ସଦା ରହିଥାଉ ପୁରି |


ଶାଶୁ ରୂପେ ଆସେ ଯେବେ ସାଜେ ବଡ ଭାରି

ବହୂ ସହ ଲଢ଼େଇ ତା' ରହିଥାଏ ଜାରି

କଥା କଥାରେ ମହତ ସବୁ ଦେବ ସାରି

ଭୁଲିଯାଏ ବୋଧେ ସିଏ ବହୂ ଝିଅ ପରି |


ପ୍ରେମିକ ଲାଗି ସାଜେ ସେ ପ୍ରେମିକା ବେଚାରୀ 

ଦେଇଦିଏ ମନ ଯେବେ ଡାକେ ଆଖି ଠାରି 

ପରୀକ୍ଷାରେ ପ୍ରେମର ସେ ପାରେ ହୃଦ ଚିରି

ମନ ବଦଳରେ ତା'ର ହୁଏ ମନ ଚୋରି |


ଭାରିଜା ରୂପରେ ନାରୀ ସବୁଠୁ ସୁନ୍ଦରୀ

ସ୍ୱାମୀ ଠାରେ ଯିଏଁ ପୁଣି ପାରେ ସେ ବି ମରି

ଗଢ଼ଇ ସଂସାର ସୁନା ଦୁହେଁ ଶୁଆ ଶାରୀ

ଭାବରେ ବିଭୋର ଯହିଁ ପଡେ ପ୍ରେମ ଝରି |


ନାରୀ ସହ କେବେବି ଯେ ନକର ବଇରୀ

ନାରୀ ସମ୍ମାନ ସମାଜେ ଅତ୍ୟନ୍ତ ଜରୁରୀ

ନାରୀ ଗୁଣ ଯୁଗେ ଯୁଗେ ବଡ ଉପକାରୀ

ନାରୀ ଅଟେ ସୁଧା-କ୍ଷୁଧା ରସାଳ ସପୁରୀ |

========================


Rate this content
Log in

Similar oriya poem from Romance