STORYMIRROR

Amaresh Kumar Hanuman

Children Stories Inspirational Children

3  

Amaresh Kumar Hanuman

Children Stories Inspirational Children

ଲଗାଇବା ଯଦି ଦୁଇ ଗଛ ପ୍ରତି ଜଣ

ଲଗାଇବା ଯଦି ଦୁଇ ଗଛ ପ୍ରତି ଜଣ

1 min
203


ଶତାବ୍ଦୀ ଏକୋଈଶୀରେ, ଅଛୁ ଆସି 

ହେଲା ଆଜି ମଣିଷର, ଜ୍ଞାନ ବେଶୀ 

କରିଗଲେ ଯାହା ଇଚ୍ଛା, ସଭିଏଁ ମିଶି  

ବଢିଲା ଉତ୍ତାପ, ଯେବେ ବାରମାସି 

ଲୋଡା ହେଲା ତାକୁ ତେବେ, କୁଲର୍-ଏ.ସି.

ପାରିବକି କହି କିଏ, ଏହାର କାରଣ କଷି ?


ଦୌଡୁଛି ସହରେ, ନାନା ଯାନବାହନ 

ଉଡୁଛି ଆକାଶେ, କେତେ ବଡ ବିମାନ 

ଫୋଡିଦିଏ ରକେଟ୍ ଶୂନ୍ୟେ, ସ୍ତର ‘ଓଜନ’ 

ଶୋଷି ନିଏ ଯେତେ, ସବୁ ଅମ୍ଲଜାନ 

ହେବ କିପରି ଏହି, କ୍ଷତି ପୂରଣ ?

କାଟିବା ଭାଇ ହେ ଆମେ, କେମିତି ଦିନ ?


ବସିଲା ସବୁଆଡେ, କଳ କାରଖାନା 

ବାହାରିଲା ତହୁଁ, ନାନା ଆବର୍ଜନା 

ଫିଙ୍ଗିଲେ ମଇଳା ଲୋକେ, ଦେଖି ଅନାବନା 

ପାଇଗଲେ ରାଜନେତା, ଆଉ ଏକ ବାହାନା 

ଆଣିଲେ ସରକାର କେତେ, ନୂଆଁ ଯୋଜନା 

କରିଦେବେ ସତେ କି ସେ, ସବୁ ଭରଣା !


ଦିଶୁଥିଲା ଚାରିଦିଗ, କେଡେ ସୁନ୍ଦର 

ଦେଖୁଥିଲେ ଲାଗୁଥିଲା, ଅତି ଆଦର 

ଥିଲେ କେତେ ଜୀବଜନ୍ତୁ, ନାନା ପ୍ରକାର 

ଗଲେ କି ଛାଡି ସେ ଚାଲି, ଅନ୍ୟ ସହର ! 

ସଚେତନ ହେବୁ ଆମେ, ନିଜେ ନିଜର  

ଗଢିବୁ ପରିବେଶ, ପୁଣିଥରେ ଆମର ।


ଦେଖ ପରିବେଶ ଆମ, ହେଲା ଦୁର୍ବଳ

ରଖ ସଦା ଆଖପାଖ, ସ୍ୱଚ୍ଛ ନିର୍ମଳ

ଆସ ସର୍ବେ ଆସ ହେବା, “ଏକତାର ବଳ” 

ସ୍ୱଚ୍ଛ ଅଭିଯାନେ ଯିବା, ହୋଇ ସବଳ 

କର୍ମର ଏବେ ବେଳ, ଯୋଜନା: ନୁହେଁ କେବଳ 

ସ୍ୱଚ୍ଛ ପରିବେଶ ନିଶ୍ଚେ, କରିବା ଅମଳ ।


ପରିବେଶ ଆମ ତେବେ, ହେବ ସଂତୁଳନ 

କରିବାନି ଆଉ ଯେବେ, ତାକୁ ପ୍ରଦୂଷଣ 

ଦେଖ ଭାଇ ଦେଖ, ସମୟ ଦିଏ ଆହ୍ୱାନ 

କି’ କରାଇବା ପ୍ରତ୍ୟେକଂକୁ, ଆମେ ସଚେତନ  

ଉଠିବ ଧିରେ ଧିରେ ଗଢି, ପରିବେଶ ନୂତନ

ଲଗାଇବା ଯଦି ଦୁଇ, ଗଛ ପ୍ରତି ଜଣ !

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍